ବ୍ରହ୍ମପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ -୨୦୨୧ ସମ୍ପନ୍ନ

ବ୍ରହ୍ମପୁର : ଚଳଚ୍ଚିତ୍ରର ଯାଦୁକରୀ ଦୁନିଆରେ ନିଜର ସୃଜନାତ୍ମକ ଅଭିବ୍ୟକ୍ତିକୁ ପରିପ୍ରକାଶ କରିବା, ପିଲାଙ୍କ ଭିତରେ ଫିଲ୍ମ ନିର୍ମାଣ ପ୍ରତି ଆଗ୍ରହ ବଢ଼ାଇବା, ସେମାନଙ୍କୁ ଡିଜିଟାଲ ଦୁନିଆରେ ପାଦ ଥାପିବା ପାଇଁ ପ୍ରୋତ୍ସାହିତ କରିବା, ନୂତନ ସିନେ କଳାକାର ସୃଷ୍ଟି କରିବା, ଗଞ୍ଜାମ ଜିଲ୍ଲାରେ ଫିଲ୍ମ ଷ୍ଟୁଡିଓ ଓ ଫିଲ୍ମ ଲ୍ୟାବ୍‌ ନିର୍ମାଣ ପାଇଁ ପ୍ରକ୍ରିୟା ସୃଷ୍ଟି କରିବା ଏବ˚ ଚଳଚ୍ଚିତ୍ର ଉତ୍ସବ ଜରିଆରେ ପୃଥିବୀର ଦୃଷ୍ଟି ଆକର୍ଷଣ କରି ବ୍ରହ୍ମପୁର ସହରକୁ ଏକ ସ୍ମାର୍ଟ ସିଟିରେ ରୂପାନ୍ତରିତ କରିବାର ଉଦ୍ଦେଶ୍ୟ ନେଇ ବ୍ରହ୍ମପୁର ଫିଲ୍ମ ଆପ୍ରେସିଏସନ୍‌ କ୍ଲବ୍‌ ପକ୍ଷରୁ ଦ୍ବିତୀୟ ଥର ପାଇଁ ଆୟୋଜିତ ହୋଇଥିଲା ବ୍ରହ୍ମପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ -୨୦୨୧।

ଗାନ୍ଧୀନଗର ଲକ୍ଷ୍ୟ ମୁକ୍ତାକାଶ ରଙ୍ଗମ˚ଚ ଠାରେ ବ୍ରହ୍ମପୁର ଫିଲ୍ମ ଆପ୍ରେସିଏସନ କ୍ଲବର ଅଧୢକ୍ଷ ମନୋଜ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ ଡ. ଶ୍ବେତ କୁମାର ଦାଶଙ୍କ ଚଳଚ୍ଚିତ୍ର ‘ମାସ୍କ’ ବେଷ୍ଟ ସର୍ଟ ଫିଲ୍ମ ଆୱାର୍ଡ ପାଇଥିଲା। ଅନ୍ୟମାନଙ୍କ ମଧୢରେ ଗଦାଧର ପାଢ଼ୀଙ୍କ ‘କରୋନା ତୁ ଫେରିଯା’, ସତ୍ୟ ନାରାୟଣ ଦାଶଙ୍କ ‘ମୁଝେ ମର୍ଦ୍ଦ ନହିଁ ବନନା’, କ୍ରିଷ୍ଣାଙ୍କ ‘ଅଭିପ୍ସା’, ସୋମନାଥ ବେହେରାଙ୍କ ‘ଲଢେ଼ଇ ଚାଲିଛି’, ପ୍ରୀତିରଂଜନ ପ୍ରଧାନଙ୍କ ‘ଆଜାଦ’, ମଧୁସୂଦନ ମିଶ୍ରଙ୍କ ‘ପାଣି’, ସଜ୍ଞା ସମାହିତ ପାଢ଼ୀଙ୍କ ‘ଶିକାର’, ସନ୍ୟାସୀ ମହାରଣାଙ୍କ ‘ଦେବଦୂତ’ ସମେତ ବହୁ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ନାଟ୍ୟବିତ୍‌ ମେଜର ରମାରମଣ ପାଢ଼ୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଏନ୍‌. ରାମବାବୁ ବିଚାରକ ଭାବେ ଦାୟିତ୍ବ ସମ୍ପାଦନ କରିଥିବା ବେଳେ ସତୀଶ ପାତ୍ର, ଶଙ୍କର୍ଷଣ ପାତ୍ର, କାର୍ତିକ ପାଣିଗ୍ରାହୀ, ଅମୂଲ୍ୟ ରଂଜନ ସାହୁ, ରଶ୍ମିତା କୁମାରୀ ଦଳାଇ, ରଶ୍ମିତା ପାତ୍ର, ବନିତା ଜେନା, ଲକ୍ଷ୍ମୀନାରାୟଣ ସାବତ, ମନୋଜ ସାହୁ, ରଂଜିତା ପାତ୍ର, ମିନତି ଦଳାଇ, ଅଜିତ ନାହାକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର