ଭଦ୍ରକ: ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖାଁ ଖାଁ, ଜୀବନକୁ ବାଜି ଲାଗାଇ କାମ କରୁଛନ୍ତି କିଛି କର୍ମଚାରୀ

ଭଦ୍ରକ: କରୋନା ମହାମାରୀ ଯୋଗୁଁ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖାଁ ଖାଁ ଲାଗୁଛି। ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନେକ ସରକାରୀ ଅଧିକାରୀ, ପୁଲିସ୍ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ଏଇ ସବୁ କାର୍ଯ୍ୟାଳରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତି କାର୍ଯ୍ୟାଳୟରେ ଏବେ କମ୍ ସଂଖ୍ୟକ କର୍ମଚାରୀ କାମ କରୁଥିବା ବେଳେ ଏମାନଙ୍କ ମଧ୍ୟରେ ମଧ୍ୟ ସନ୍ଦେହର ବାତାବରଣ ସୃଷ୍ଟି ହୋଇଛି। କାଳେ କାହାକୁ କରୋନା ସଂକ୍ରମିତ ହୋଇଥିବ ଭାବି କେହି କାହା ପାଖକୁ ଆସୁ ନାହାନ୍ତି। ଫାଇଲ୍‌ଟିଏ ଦେବା ବେଳକୁ ଦୁଇ ହାତ ଦୂରେଇ ଠିଆ ହେବାକୁ ପଡୁଛି। ପାଣି ଗ୍ଲାସ ପିଇବା ବେଳକୁ କିଛି କର୍ମଚାରୀ ଭାବି ଚିନ୍ତି ପାଣି ପିଉଛନ୍ତି। ଅଧିକାଂଶ ସରକାରୀ କର୍ମଚାରୀଙ୍କୁ କରୋନା ଏବେ ଏଭଳି କଲବଲ କରୁଛି। ଲୋକେ ଘରେ ଭୟରେ ରହୁଥିବା ବେଳେ ସରକାରୀ ଚାକିରି କରିଥିବାରୁ ବିଚରା ଜୀବନକୁ ପାଣି ଛଡାଇ ଏଇ କର୍ମଚାରୀମାନେ କର୍ତ୍ତବ୍ୟକରିବାକୁ ପଡୁଛି।

The Indian Express

ବିଶେଷ କରି ମେଡିକାଲରେ କାମ କରୁଥିବା କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ସେମାନେ ଏଭଳି ମହାବିପତ୍ତି ବେଳେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ରକ୍ଷା କରିବାକୁ ଲାଗି ପଡିଛନ୍ତି। କିଛି ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ମେଡିକାଲରେ ବେଶ୍ ଭୟଭୀତ ଅବସ୍ଥାରେ କାମ କରୁଛନ୍ତି। ମେଡିକାଲ, ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀମାନେ ଏଭଳି କଷ୍ଟ ସହି କାମ କରୁଥିବା ବେଳେ ମହିଳା କର୍ମଚାରୀମାନେ ଅଧିକ କଷ୍ଟ ସହୁଛନ୍ତି।

ଭଦ୍ରକ ମେଡିକାଲରେ ଜଣେ ମହିଳା କର୍ମଚାରୀ ତାଙ୍କ କଥା କହୁକହୁ ଏଭଳି ଦୁଃଖ ପ୍ରକାଶ କରିଥିଲେ। ଘରେ ତାଙ୍କର ଛୋଟ ପିଲା ଦୁଇଟି। ପ୍ରତିଦିନ ମେଡିକାଲ କାମ ଶେଷ କରି ଘରକୁ ଯିବା ବେଳେକୁ ଏଇ ଦୁଇ ପିଲାଙ୍କୁ ନେଇ ସେ ବେଶ୍ ଚିନ୍ତିତ ହେଉଛନ୍ତି। ତଥାପି ସେ ନିଜର ମନୋବଳକୁ ଟାଣ କରି କହନ୍ତି, ଆମେ ଲୋକଙ୍କୁ ସେବା କରୁଛୁ। ଈଶ୍ୱର ଅଛନ୍ତି ଆମ ପିଲାମାନଙ୍କର କିଛି ହେବ ନାହିଁ।

ସମ୍ବନ୍ଧିତ ଖବର