ଓଡ଼ିଆ ଭାଷା ବୃତ୍ତି ପୁରସ୍କାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ପ୍ରଦାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୩୫୪୯ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାବୃତ୍ତି ପ୍ରଦାନ କରାଯାଇଛି। ସେହିପରି ୩୫, ୪୯୦ ମେଧାବୀ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପ୍ରଦାନ କରାଯାଇଛି । ରାଜ୍ୟର ୧୦୬୧ ସ୍କୁଲକୁ ଉତ୍କୃଷ୍ଟ ବିଦ୍ୟାଳୟ ପ୍ରୋତ୍ସାହନ ପୁରସ୍କାର ମଧ୍ୟ ମିଳିଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ପ୍ରଦାନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ବନ୍ଧିତ ଖବର