ବାତ୍ୟା ଯୋଗୁଁ ୪ ଦିନ ପାଇଁ ବଦଳିଲା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନର ଗତିପଥ

ଭୁବନେଶ୍ୱର: ବାତ୍ୟା ‘ଅମ୍ଫାନ’ ପାଇଁ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ୦୨୮୨୩/୦୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଟ୍ରେନ ମେ’ ମାସ ୧୯ରୁ ୨୦ ମଧ୍ୟରେ ଭୁବନେଶ୍ୱରରୁ ଓ ମେ’ ମାସ ୧୮ରୁ ୨୧ ମଧ୍ୟରେ ନୂଆଦିଲ୍ଲୀରୁ ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ରାଉରକେଲା, ଟାଟା ବାଇପାସିଙ୍ଗ, ଭଦ୍ରକ, ବାଲେଶ୍ୱର ଓ ହିଜଲି ରୁଟ ଦେଇ ଚାଲିବ । ଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି ।

ବାଲେଶ୍ୱର ଓ ହିଜଲି (ଖଡଗପୁର)ରୁ ଆସୁଥିବା ଓ ଯାଉଥିବା ଯାତ୍ରୀମାନେ ୪ ଦିନ ପାଇଁ ଏହି ସ୍ୱତନ୍ତ୍ର ଏସି ଟ୍ରେନ ସେବାରୁ ଉପକୃତ ହୋଇପାରିବେ ନାହିଁ । ବାତ୍ୟା ‘ଅମ୍ଫାନ’ ଉପରେ ପୂର୍ବତଟ ରେଳପଥ ନଜର ରଖିଛି । ସମୟ ଅନୁସାରେ ବାତ୍ୟା ସଂପର୍କିତ ସୂଚନା ଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର