ମଇ ୧୩ରୁ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌: ଯାତ୍ରା ସମୟରେ ଏହି ସ୍ଥାନମାନଙ୍କରେ ଯୋଗାଇବ ସେବା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଯାତ୍ରୀବାହୀ ସମସ୍ତ ଟ୍ରେନ୍‌ ଚଳାଚଳକୁ ବନ୍ଦ ରଖିଥିଲା। ତେବେ ପୁଣିଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକୁ ଯାଉଛି।  ବନ୍ଦ ଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଏକାଥରକେ ଯାତ୍ରା ଆରମ୍ଭ କରିବ ନାହିଁ, ଆଂଶିକ ଭାବେ ଚାଲିବ।

ମଇ ୧୩ରୁ ଭୁବନେଶ୍ୱର ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ହେବ। ଏହି ଟ୍ରେନ୍‌  କଟକ, ଭଦ୍ରକ, ବାଲେଶ୍ୱର, ହିଜଲି (ଖଡ଼ଗପୁର), ଟାଟାନଗର ଜଙ୍କସନ୍‌, ମୁରି, ବୋକରୋ ଷ୍ଟଲ୍‌ ସିଟି, ଗୋମୋହ ଜଙ୍କସନ୍‌, କୋଡେର୍ମା, ଗୟା, ଡିଡି ଉପାଧ୍ୟାୟ ଜଙ୍କସନ୍ ଏବଂ କାନପୁର ସେଣ୍ଟ୍ରାଲ୍‌ରେ ଉପଲବ୍ଧ ହେବ ବୋଲି ଅଧିକାରୀକ ସୂତ୍ରରୁ ପ୍ରକାଶ।

Trains to Mumbai Central, Howrah, Bengaluru from New Delhi to ...
India TV

ଏହି ଟ୍ରେନ୍‌ରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ଟିକଟ୍ ବୁକିଂ ଆଇଆରସିଟିସିର ୱେବସାଇଟ୍‌‌ରୁ କରି ପାରିବେ। ଏହି ୱେବସାଇଟ୍‌ ମଇ ୧୧ ତାରିଖ ଅପରାହ୍ନ ୪ ଟାରୁ ଖୋଲା ହେବ। ରେଳ ଷ୍ଟେସନରେ ଟିକେଟ୍‌ ବୁକିଂ କାଉଣ୍ଟର ବନ୍ଦ ରହିବ। କେବଳ ନିଶ୍ଚିତ ଟିକେଟ୍‌ ଥିବା ଯାତ୍ରୀମାନଙ୍କୁ ରେଳ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ସଚେତନତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥିସହିତ ମୁହଁରେ ମାସ୍କ ପିନ୍ଧିବା ଏବଂ ଯିବା ସମୟରେ ସ୍କ୍ରିନିଂ କରିବା ବାଧ୍ୟତାମୂଳକ ରହିବ।

ଭାରତୀୟ ରେଳବାଇ ନୂତନ ମାର୍ଗରେ ଅଧିକ ସ୍ୱତନ୍ତ୍ର ସେବା ଆରମ୍ଭ କରିବ ବୋଲି ବି ସୂଚନା ଦେଇଛି।

ସମ୍ବନ୍ଧିତ ଖବର