ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ

ଭୁବନେଶ୍ୱର: ଭିଜିଲାନ୍‌ସ ଅଧିକାରୀଙ୍କ ହାତରେ ଲାଞ୍ଚ ନେଉଥିବା ସମୟରେ ଧରା ପଡ଼ିଥିବା ଆଇଏଏସ୍‌ ଅଫିସର ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତକାଲି ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ୍‌ ଆବେଦନକୁ ଭିଜିଲାନ୍ସ କୋର୍ଟ ଖାରଜ କରି ଦେବା ପରେ ଆଜି ସେ ହାଇକୋର୍ଟରେ ପହଞ୍ଚିଥିବା ଜଣାପଡ଼ିଛି।

୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିବା ବେଳେ ଭିଜିଲାନ୍‌ସ ଉପାଧ୍ୟାୟଙ୍କ ସମେତ ସନ୍ତୋଷ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କ ଠାରୁ ୧୧ଲକ୍ଷ ୭୮ ହଜାର ଟଙ୍କା ଜବତ କରିଥିଲା। ମୋବାଇଲ୍‌ ଫୋନ୍‌, ପେନ୍‌ ଡ୍ରାଇଭ୍‌, ହାର୍ଡ ଡିସ୍କ, ଲାପ୍ଟଟ୍‌, ଡାଏରି ପ୍ରମୁଖ ବିଜୟ କେତନଠାରୁ ଜବତ ହୋଇଥିଲା। କେବଳ ଏତିକି ନୁହେଁ ସଂପୃକ୍ତ ଘରୋଇ ବ୍ୟାଙ୍କରେ ଉଦ୍ୟାନ ବିଭାଗର ୪ଟି ଆକାଉଣ୍ଟ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର