ବିଜେପୁର ଉପନିର୍ବାଚନ: ୨୬ରେ ବିଜେଡି ପ୍ରାର୍ଥୀ ଘୋଷଣା!

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ନେଇ ନବୀନ ନିବାସରେ କସରତ। ପ୍ରାର୍ଥୀ ଚୟନ ପାଇଁ ଗଠିତ କମିଟି ବିଜେଡି ସଭାପତିଙ୍କୁ ଦାୟିତ୍ବ ଦେଇଛି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଉପନିର୍ବାଚନ ଋଣନୀତି ପ୍ରସ୍ତୁତ କରାଯିବା ସହ ପ୍ରାର୍ଥୀ ଚୟନ ନେଇ ଗ୍ରାଉଣ୍ଡ ରିପୋର୍ଟ, ସର୍ଭେ ଓ ଗୁଇନ୍ଦା ତଥ୍ୟ ଆଧାରରେ ୩ ଜଣଙ୍କ ନାମକୁ ବନ୍ଦ ଲଫାପାରେ ସଭାପତି ନବୀନ ପଟ୍ଟନାୟକକୁ କମିଟି ହସ୍ତାନ୍ତର କରିଛି। ବୈଠକ ସମ୍ପର୍କରେ ଗଣମାଧ୍ୟମକୁ କିଛି ବି ସୂଚନା ପ୍ରଦାନ କରାଯାଇନି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୬ ତାରିଖ ଦିନ ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ। ୨୭ କିମ୍ବା ୨୮ ତାରିଖରେ ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ଏକପ୍ରକାର ସ୍ଥିର କରାଯାଇଥିବା ଜଣାପଡ଼ିଛି। ବୈଠକରେ ବିଜେପୁର ପାଇଁ ଦାୟିତ୍ବରେ ଥିବା କମିଟି ସଦସ୍ୟ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ ଓ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର