ବିଜୁ ପଟ୍ଟନାୟକ ଛାତ୍ରସଂଘର ସପ୍ତମ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର: ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ଗଠିତ ଛାତ୍ରସଂଘ ‘ବିଜୁ ପଟ୍ଟନାୟକ ଷ୍ଟୁଡେଣ୍ଟ୍‌ ଆସୋସଏସନ୍‌’(ବିପିଏସ୍‌ଏ)ର ସପ୍ତମ ପ୍ରତିଷ୍ଠା ଦିବସ ଗତ ୧୧ ତାରିଖରେ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ କରାଯାଇଥିଲା। କର୍ମକର୍ତ୍ତାମାନେ ହେଲେ ଇଞ୍ଜିନିୟରିଂ ବିଭାଗ ପାଇଁ ସଭାପତି ରତ୍ନାକର ରଣା, କାର୍ଯ୍ୟକାରୀ ସଭାପତି ଆର୍ଯ୍ୟନ୍‌ ରାଜ୍‌, ପୃଥିବୀରାଜ୍‌ ପାତ୍ର, ସାଧାରଣ ସମ୍ପାଦକ ଅଙ୍କିତ ଜେନା ଏବଂ ମ୍ୟାନେଜ୍‌ମେଣ୍ଟ୍‌ ବିଭାଗ ପାଇଁ ସଭାପତି ସମ୍ପଦ ମହାନ୍ତି, ଉପସଭାପତି କିରଣ ଜୟସିଂହ ଓ ସାଧାରଣ ସମ୍ପାଦକ ଦିବ୍ୟ ରଞ୍ଜନ ଲେଙ୍କା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ ଓ ଉପସଭାପତି ସନ୍ତୋଷ ବେଜ୍‌ ପ୍ରମୁଖ ଯୋଗ ଦେଇଥିଲେ। ବିପିଏସ୍‌ଏର ଆବାହକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ କୁମାର ପଣ୍ଡା ଛାତ୍ରଛାତ୍ରୀମାନଙ୍କ ସମସ୍ୟା ସମାଧାନ ପାଇଁ ନବନିଯୁକ୍ତ କର୍ମକର୍ତ୍ତାମାନେ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହି ସଭାରେ ଦେବୀ ପ୍ରସାଦ ଦାଶ, ଶୁଭ୍ରଜ୍ୟୋତି ପାଢ଼ୀ, ଟୁକୁନା ମଲ୍ଲ, ସ୍ନେହାଶିଷ ଜେନା, ଦେବାଶିଷ ମହାପାତ୍ର, ଆଲୋକ ସିଂହ, ଅଙ୍କନ ମହାନ୍ତି, ସମ୍ବିିତ ସେନାପତି, ପ୍ରଦୀପ୍ତ ନାୟକ, ଦୁଷ୍ମନ୍ତ ରାଉତରାୟ, ସଚ୍ଚିନ ବାରିକ, ସାଗର ନନ୍ଦନ ସାହୁ, ଅନ୍ୟାଶ ମହାନ୍ତି, ଅଂଶୁମାନ ପଟ୍ଟନାୟକ, ଦେବାଶିଷ ପାତ୍ର, ପରିତୋଷ ମହାନ୍ତି, ତ୍ରିଲୋଚନ ସାହୁ, ପ୍ରଭାସ ସାହୁ, ତ୍ରିଧିବେଶ ନାୟକ, ତାରିକ ଇକ୍‌ଓ୍ଵାଲ୍‌ ଖାନ୍‌ ଓ ଗୌତମ ନାୟକ ପ୍ରମୁଖ ଛାତ୍ରନେତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର