ଏଲ୍‌ଏଣ୍ଡଟି ଗୋଦାମରେ ଅଗ୍ନିକାଣ୍ଡ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଗୋପିନାଥପୁର ପଞ୍ଚାୟତ ପାଲ୍‌ ମୁଭର୍ସ ନିକଟରେ ଥିବା ଏଲ୍‌ଏଣ୍ଡଟି କମ୍ପାନିର ଏକ ଅସ୍ଥାୟୀ ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ବିଭିନ୍ନ ଗ୍ରାମକୁ ପାନୀୟ ଜଳଯୋଗାଣ ପାଇଁ ଗୋପିନାଥପୁରସ୍ଥିତ ପାଲ୍‌ ମୁଭର୍ସ ନିକଟରେ ଏଲ୍‌ଏଣ୍ଡଟି କମ୍ପାନି ଏକ ଓଭରହେଡ୍‌ ଓ୍ଵାଟର ଟାଙ୍କି ନିର୍ମାଣ କରୁଛି। ଜଳଯୋଗାଣ ପାଇଁ ବ୍ୟବହାର ହେବାକୁ ଥିବା ପାଇପ୍‌ଗୁଡିକୁ କମ୍ପାନିର ଅସ୍ଥାୟୀ ଗୋଦାମ୍‌ ଗୃହରେ ରଖାଯାଇଥିଲା। ଗୋଦାମ ଗୃହର କିଛି ଦୂରରେ କେହି ଶୁଖିଲା ଘାସରେ ନିଆଁ ଲଗାଇ ଦେଇଥିବା ବେଳେ ସେହି ନିଆଁ ପାଇପ୍‌ରେ ଲାଗିଥିଲା। ଦମକଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କଲା ବେଳକୁ ସବୁ ପାଇପ୍‌ ପୋଡି ପାଉଁଶ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର