ଫେରିଯିବ ରାଜ୍ୟ ସରକାରଙ୍କ ବିଜୁ ସଶକ୍ତି କରଣ ଯୋଜନା ଟଙ୍କା!

ଦେଢ଼ ବର୍ଷ ହେଲା ପଡ଼ି ରହିଛି ୨୮ ଲକ୍ଷ ଟଙ୍କା, ପଦାରେ ପଡ଼ିଲା ସରକାରୀ ବାବୁଙ୍କ ଦାୟିତ୍ୱହୀନତା

ଜଗତସିଂହପୁର ଟାଉନ୍‌: ସାମାଜିକ କାର୍ଯ୍ୟରେ ନିଯୋଜିତ ଥିବା ଯୁବ ସଙ୍ଗଠନ ଗୁଡ଼ିକୁ ସଶକ୍ତ କରିବା ପାଇଁ ୨୦୧୯ ମସିହାରେ ରାଜ୍ୟ ସରକାର ଆର୍ଥିକ ସହାୟତା ପାଇଁ ବ୍ୟୟ ବରାଦ କରିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ଏହି ଅର୍ଥ ଜିଲ୍ଲାକୁ ଆସିଥିଲା ହେଲେ ଦେଢ଼ ବର୍ଷ ବିତି ଯାଇଥିଲେ ହେଁ ଏହି ଅର୍ଥ ଯୁବ ସଙ୍ଗଠନ ଗୁଡ଼ିକୁ ଦିଆଯାଇ ପାରିନାହିଁ ଅଧିକାରୀଙ୍କ କର୍ମ ଶିଥିଳତା ଏବଂ ହେୟଜ୍ଞାନ ଯୋଗୁଁ ଏଯାଏ ୨୮ ଲକ୍ଷରୁ ଅଧିକ ଟଙ୍କା ପଡ଼ି ରହିଛି ଯଦି ଆସନ୍ତା ୩୦ ତାରିଖ ଭିତରେ ଏହି ଅର୍ଥ ସଙ୍ଗଠନ ଗୁଡିକୁ ନଦିଆଯାଏ ତେବେ ଏ ଅର୍ଥ ପୁଣି ରାଜ୍ୟ ସରକାରଙ୍କ ନିକଟକୁ ଚାଲିଯିବ।

ବିଜୁ ଯୁବ ସଶକ୍ତିକରଣ ଯୋଜନା ଜଗତସିଂହପୁର ଜିଲ୍ଲାର ୧୮୮ଟି କ୍ଳବ୍‌-ସଙ୍ଗଠନକୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ କୁହାଯାଇଥିଲା। ପିକୃତ କ୍ଲବ୍‌, ନେହୁର ଯୁବ କେନ୍ଦ୍ର ଆଫଇଲେସନ ପାଇଥିବା କ୍ଲବ୍‌, ୩ ବର୍ଷର ଆନୁଆଲ ଓ ଅଡିଟ୍‌ ରିପୋର୍ଟ, ସାମାଜିକ କାମ ଇଦ୍ୟାଦି ମାନଦଣ୍ଡକୁ ବିଚାରକୁ ନିଆଯାଇଥିଲା ଏଥିପାଇଁ ମୋଟ୍‌ ୫୦ ମାର୍କ ରଖା ଯାଇଥିଲା।

ତେବେ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ୮ଟି ବ୍ଲର ବିଡିଓ ଦୁଇଟି ପୌର ପରିଷଦର ନିର୍ବାହୀ ଅଧିକାରୀ ଏବଂ ନେହେରୁ ଯୁବକେନ୍ଦ୍ର କାର୍ଯ୍ୟାଳକୁ ଚିଠି କରାଯାଇଥିଲା। ଏସବୁ ଅଞ୍ଚଳରେ ସମାଜିକ କାର୍ଯ୍ୟରେ ନିୟୋଜିତ ଥିବା ପିକୃତ ଯୁବ ସଙ୍ଗଠନ ମାନଙ୍କ ତାଲିକା ଦେବା ପାଇଁ କୁହାଯାଇଥିଲା। ହେଲେ ବ୍ଲକ୍‌ ଓ ପୌରପରିଷଦ କୌଣସି ତାଲିକା ଦେଲେ ନାହିଁ। କେବଳ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନର ଉଦ୍ୟମରେ ଜିଲ୍ଲାରେ ମୋଟ୍‌ ୧୨୩ ଜଣ ଆବେଦନ କରିଛନ୍ତି। ଏହି ୧୨୩ ଜଣଙ୍କ ଫାଇଲ୍‌ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ନିକଟକୁ ଯିବା ପରେ ସେ ସଂପୃକ୍ତ ଅଧିକାରୀଙ୍କୁ ପ୍ରକୃତରେ କ୍ଲବ୍‌ ଗୁଡ଼ିକ ଅଛି କି ନାହିଁ ତାର ଏକ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗତ ମାର୍ଚ୍ଚ ମାସରୁ ଫାଇଲ୍‌ ଦିଆଯାଇଥିଲେ ହେଁ ବିଡିଓ ମାନେ ରିପୋର୍ଟ ଦେବାରେ ଅସମର୍ଥ ହୋଇଛନ୍ତି। ତେବେ ଏହାରି ଭିତରେ ଟଙ୍କା ସଙ୍ଗଠନକୁ ଆସନ୍ତା ୩୦ ତାରିଖ ଭିତରେ ନଦେଇ ପାରିଲେ ଫେରାଇ ଦେବାକୁ କ୍ରୀଡ଼ା ବିଭାଗ ପ୍ରଶାସନକୁ ଚିଠି କରିଛି। ତେଣୁ ସମସ୍ତ ବିଡ଼ିଓ ଓ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ରିମାଇଣ୍ଡର ଚିଠି ଦିଆଯାଇଛି ନାନା ଖୁସାମତ ପରେ ରଘୁନାଥପୁର, ଏରସମା, ନାଉଗାଁ, ପାରାଦୀପ ପୌରପରିଷଦ ରିପୋର୍ଟ ଦେଇଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ହେଲେ ବାକି ବ୍ଲକ୍‌ ଦେଇ ନଥିବାରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇ ପାରୁନାହିଁ।

ଅନ୍ୟପଟେ ଆଉ ମଝିରେ ମାତ୍ର ୪ ଦିନରୁ ଦୁଇ ଦିନ ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହିଛି। ଦେଢ଼ ବର୍ଷ ଭିତରେ ଯାହା ହୋଇ ପାରିଲାନାହିଁ ତାହା ଦୁଇ ଦିନ ଭିତରେ କେମିତି ହେବ ତାକୁ ନେଇ ଆଶଙ୍କା ବଢ଼ିବା ସ୍ୱାଭାବିକ କଥା। ହେଲେ ହାତଗଣତି କିଛି କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଯୁବ ସଶକ୍ତି କରଣ ଯୋଜନାରେ ପ୍ରତି ଯୁବ ସଙ୍ଗଠନକୁ ୧୫ ହଜାର ଲେଖାଏଁ ରାଜ୍ୟ ସରକାର ଦେଇଥିବା ୨୮ ଲକ୍ଷ ୨୦ ହଜାର ଟଙ୍କା ଫେରିଯିବ। ତେବେ ଅତିରିକ୍ତ ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିଲେ ହେଁ ଜିଲ୍ଲାପାଳ ଏନେଇ ତ୍ୱରିତ ପଦକ୍ଷେପ ନେବାକୁ ଯୁବ ସଙ୍ଗଠନ ଗୁଡ଼ିକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର