ଅଜଣା ଗାଡ଼ି ଧକ୍କାରେ ବାଇକ ଆ‌ରୋହୀ ମୃତ

ଚଣ୍ଡିଖୋଲ: ପାରିପଲେଇ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଓଳକଣା ନିକଟ ଅରାଖଣ୍ଡ ଗ୍ରାମର ଦେବାଶିଷ ଖୁଣ୍ଟିଆ (୩୨)। ସେ ଜଣେ ପାଇପ ମିସ୍ତ୍ରି। ଗତ ୩୦ ତାରିଖ ଦିନ ସେ ବାଲିଚନ୍ଦ୍ରପୁର ଅଞ୍ଚଳକୁ ପାଇପ କାମ କରିବାକୁ ଆସିଥିଲେ। କାମ ସାରି ଜଣେ ସହଯୋଗୀଙ୍କ ସହିତ ନିଜ ବାଇକ (ଓଡି ୦୪ କ୍ୟୁ ୨୯୪୩) ଯୋଗେ ୫୩ ନମ୍ବର ଜାତୀୟ ରାଜପଥ ଦେଇ ପଞ୍ଚୁପାଣ୍ଡବ ଛକ ଅଭିମୁଖେ ଯାଉଥିଲେ।

ଏହି ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇଥିଲା। ଦେବାଶିଷ ଗୁରୁତର ହୋଇଥିବା ବେଳେ ଅନ୍ୟଜଣକ ସାମାନ୍ୟ ଆହତ ହୋଇଥିଲେ। ବାଲିଚନ୍ଦ୍ରପୁର ଥାନା ପୁଲିସ ପହଞ୍ଚି ଦେବାଶିଷଙ୍କୁ ଡାକ୍ତରଖାନା ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ୩୦୧/୨୨ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର