ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ

ଭିଡ଼ ଜମାଇଛନ୍ତି ୧ ଲକ୍ଷ ୧୬ ହଜାର ପକ୍ଷୀ

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଇତିମଧ୍ୟରେ ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତବର୍ଷଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧, ୦୮, ୬୩୯ ଦେଶୀୟ ପକ୍ଷୀ ଭିଡ ଜମାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧,୧୬, ୦୭୦କୁ ବୃଦ୍ଧି ପାଇଛି। ଅର୍ଥାତ ଗତବର୍ଷଠାରୁ ଚଳିତବର୍ଷ ୭,୪୩୧ ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକାରେ ଭିଡ଼ ଜମାଇଛନ୍ତି।

ରାଜନଗର ଭାରପ୍ତାପ୍ତ ଡିଏଫ୍‌ଓ ଅଧିର କୁମାର ବେହେରାଙ୍କ ସୂଚନା ମୁତାବକ, ଚଳିତମାସ ୮ତାରିଖରୁ ୧୨ ତାରିଖ ଯାଏ ୫ଦିନ ଧରି ଭିତରକନିକାର ମଠଆଡ଼ିଆ, ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆରେ ପକ୍ଷୀ ଗଣନା କରାଯାଇଥିଲା। ବନବିଭାଗର ୩ଟି ଟିମ୍‌ ପକ୍ଷୀ ଗଣନା କରିଥିଲେ। ମଠଆଡ଼ିଆରେ ୮୮୦ଟି ଗଛରେ ୧୩,୨୨୬ ବସାରେ ୨୬,୪୫୨ ବଡ଼ ପକ୍ଷୀ ଓ ୩୬,୯୦୬ ଶାବକଙ୍କୁ ମିଶାଇ ମୋଟ ୬୪, ୩୫୮ପକ୍ଷୀ ଗଣନା କରାଯାଇଥିଲା।

ଲକ୍ଷ୍ମୀପ୍ରସାଦଡିଆରେ ୬୩୬ଟି ଗଛରେ ୯,୭୪୨ଟି ବସାରେ ୧୯,୪୮୪ ବଡପକ୍ଷୀ ଚିହ୍ନଟ ହୋଇଥିବା ବେଳେ ୨୫,୫୦୧ ଶାବକଙ୍କୁ ମିଶାଇ ମୋଟ ୪୪,୯୮୫ ପକ୍ଷୀ ଚିହ୍ନଟ କରାଯାଇଛି। ସେହିପରି ଦୁର୍ଗାପ୍ରସାଦଡିଆରେ ୧୦୨ଟି ଗଛରେ ୧୪୯୬ଟି ବସାରେ ୨,୯୫୨ ବଡ ପକ୍ଷୀ ଓ ୩,୭୩୫ ଶାବକ, ମୋଟ ୬ .୭୨୭ଟି ପକ୍ଷୀ ଗଣନା କରାଯାଇଛି।

ସମ୍ବନ୍ଧିତ ଖବର