ବ୍ୟାସକବି ଫକୀରମୋହନ ଜୟନ୍ତୀ ପାଳିତ

ବାରିପଦା: ମୟୂରଭଞ୍ଜ ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କବି ଅମିତାଭ ମିଶ୍ର, ଶିକ୍ଷକ ଅମୂଲ୍ୟ କୁମ୍ଭକାର, ଶିକ୍ଷକ ଉପେନ୍ଦ୍ର ନାଥ ବେହେରା, ଧୀରଜ କୁମାର ସାହା ପ୍ରମୁଖ ଯୋଗ ଦେଇ ପ୍ରାତଃସ୍ମରଣୀୟ ବ୍ୟାସକବି ଫକୀରମୋହନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପାଦପଦ୍ମରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଏଥି ସହିତ କାର୍ଯ୍ୟକ୍ରମରେ ବକ୍ତାମାନେ ଫକୀର ମୋହନ ଜଣେ ସାହିତ୍ୟିକ ଭାବେ ଓଡ଼ିଆ ସାହିତ୍ୟର ସେନାପତି ରହିଥିଲେ ବୋଲି ମତପୋଷଣ କରିଥିଲେ ।

ସେହିପରି ସେ ସଂସ୍କାରଧର୍ମୀ ସାହିତ୍ୟ ରଚନାର ଅଗ୍ରଦୂତ ରହିଥିଲେ । ଅନ୍ଧବିଶ୍ୱାସ, ବଦ୍ଧମୂଳ ଭ୍ରାନ୍ତ ଧାରଣାର ମୂଲୋତପାଟନ ଲାଗି କଲମ ସଦା ଜାଗ୍ରତ ରହିଥିଲା । ନାରୀର ମହତ୍ୱ, ବ୍ୟକ୍ତି ଚରିତ୍ରର ସଂସ୍କାର ଅଧୁନିକ ଶିକ୍ଷାର ଦୋଷତୃଟି, ପାଶ୍ଚାତ୍ୟ ସଂସ୍କୃତିର ଅନୁପ୍ରବେଶ ସହିତ ଆମ ସଂସ୍କୃତିର ଅବକ୍ଷୟ କବିଙ୍କ ଲେଖନୀରେ ସୁନ୍ଦର ଭାବେ ବର୍ଣ୍ଣିତ ହୋଇଛି । ଫକୀର ମୋହନ ଓଡ଼ିଆ ସାହିତ୍ୟକାଶର ଦେଦୀପୂମାନ ନକ୍ଷତ୍ର ଓ ସଂସ୍କାର ଧର୍ମୀ ସାହିତ୍ୟ ରଚନାର ଅଗ୍ରଦୂତ ରହିଥିଲେ ।

ଆଜି ମଧ୍ୟ ଛ ମାଣ ଆଠ ଗୁଣ୍ଠ, ରେବତୀ, ଡ଼ାକମୁନିସ୍‌, ମାମୁଁ, ଲଛମା, ପ୍ରାୟଶ୍ଚିତ, ଗଳ୍ପ ସ୍ୱଳ୍ପ, ପେଟେଌକ୍ଷଗ୍ଧ; ମେଡ଼ିସିନ ଆଦି ବହୁ ପରିକ୍ଷିତ ଅନୁଭୂତି ସମ୍ପନ୍ନ ଓପନ୍ୟାସ ତଥା ଗଳ୍ପ କେବଳ ଓଡ଼ିଆ ସାହିତ୍ୟ ନୁହେଁ ଭାତରୀୟ ସାହିତ୍ୟ ଓ ସଂସ୍କୃତି ପାଇଁ ଏକ ଅମୂଲ୍ୟ ଅବଦାନ ବୋଲି ମତ ପ୍ରକାଶ କରିବା ସହ ଓଡ଼ିଆ ଭାଷାର ଉନ୍ନତି ପାଇଁ ତାଙ୍କର ଅମ୍ୟଲ୍ୟ ତ୍ୟାଗ ସମଗ୍ର ଓଡ଼ିଆ ଜାତି ପାଇଁ ପ୍ରଣମ୍ୟ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ଓଡ଼ିଆ ଉପନ୍ୟାସର ସୃଷ୍ଟିକର୍ତ୍ତା ଫକୀର ମୋହନଙ୍କ ସ୍ମରଣାର୍ଥେ ସାହିତ୍ୟ ସଂସ୍କୃତି ମଞ୍ଚ ପକ୍ଷରୁ ଆଗାମୀ ଦିନମାନଙ୍କରେ ବହୁବିଧ କାର୍ଯ୍ୟକ୍ରମ ଆୟୋଜନର ଯୋଜନା ପ୍ରସ୍ତୁତ ହୋଇଥିଲା ।

ସମ୍ବନ୍ଧିତ ଖବର