ବିଶ୍ବନାଥ ପାହାଡୀଙ୍କ ପରଲୋକ

ଭୁବନେଶ୍ବର : ନାଲ୍‌କୋର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଶ୍ବନାଥ ପାହାଡ଼ୀଙ୍କର ଗତ ୧୦ ତାରିଖରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। ମସ୍ତିଷ୍କରେ ହଠାତ୍‌ ରକ୍ତସ୍ରାବ ହେବା ଯୋଗୁ ସେ ନୟାପଲ୍ଲୀସ୍ଥିତ ବାସଭବନରେ ପଡ଼ିଯାଇ ସଂଜ୍ଞାହୀନ ହୋଇ ଯାଇଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ପାହାଡୀ ଜଣେ ଦକ୍ଷ ଅଧିକାରୀ ଏବଂ ଅମାୟିକ ବ୍ୟକ୍ତି ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ରେଣୁବାଳା ପାହାଡ଼ୀ, ପୁତ୍ରବଧୂ ସଂଜିତା ପାହାଡ଼ୀ, ଦୁଇ କନ୍ୟା ରଶ୍ମୀରେଖା, ଚିତ୍ରଲେଖାଙ୍କ ସମେତ ଦୁଇ ଜାମାତା କୃପାସିନ୍ଧୁ ପ୍ରଧାନ, ଅମରେଶ ମହୁରୀ ଏବଂ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ସ୍ବର୍ଗତ ପାହାଡ଼ୀଙ୍କ ବିୟୋଗରେ ନାଲ୍‌କୋର ବହୁ ଅଧିକାରୀ, କର୍ମଚାରୀ ଏବଂ ନୟାପଲ୍ଲୀ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର