ବିଜେଡିର ମିଡିଆ ଟିମ୍ ପୁନର୍ଗଠିତ, ୬ ବରିଷ୍ଠ ନେତାଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ବ

ଭୁବନେଶ୍ବର: ବିଜୁ ଜନତା ଦଳର ମିଡିଆ ଟିମ୍ ପୁନର୍ଗଠିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ଛଅ ଜଣ ବରିଷ୍ଠ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ବ ଦିଆଯାଇଛି। ଏହାଛଡ଼ା ଛଅ ଜଣ ବରିଷ୍ଠ ନେତାଙ୍କୁ ମୁଖପାତ୍ର ଓ ୧୪ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି। ଜାତୀୟ ମୁଖପାତ୍ର ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକି ମିଶ୍ର, ଅଚ୍ୟୁତ ସାମନ୍ତ, ଡକ୍ଟର ଅମର ପଟ୍ଟନାୟକ, ଡକ୍ଟର ସସ୍ମିତ ପାତ୍ର ଏବଂ ଶର୍ମିଷ୍ଠା ସେଠୀ ଦାୟିତ୍ବ ନିର୍ବାହ କରିବେ।

ଅନ୍ୟପକ୍ଷରେ ନବନିଯୁକ୍ତ ମୁଖପାତ୍ରମାନେ ହେଲେ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝି, ସ୍ନେହାଙ୍ଗିନୀ ଛୁରିଆ, ଡକ୍ଟର ବ୍ୟୋମକେଶ ରାୟ, ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଡକ୍ଟର ଲେନିନ୍ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାଶ ଏବଂ ହରିଶ ଚୌଧୁରୀ।

ଠିକ୍ ସେହିପରି ନୂଆ ପ୍ୟାନେଲିଷ୍ଟମାନେ ହେଲେ ଶ୍ରୀମତୀ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝି, ଚକ୍ରଧର ଦାଶ, ଓମ୍ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲାମ, ତୁମ୍ବନାଥ ପଣ୍ଡା, ପ୍ରସନ୍ନ କୁମାର ସାହୁ, ଅମିତ ମଲ୍ଲିକ, ଛବି ମାହାଳି, ମୀନାକ୍ଷୀ ମିଶ୍ର ଓ ସ୍ମୃତି ନନ୍ଦ।

ସମ୍ବନ୍ଧିତ ଖବର