ପଞ୍ଚମଥର ପାଇଁ ବିଜେଡି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ରାଜ୍ୟପାଳ ଭବନକୁ ଯାଇ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଗଲେ ନବୀନ

ଭୁବନେଶର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ବିଜେଡି ବିଧାୟକ ଦଳର ନେତା ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।

ବିଜେଡି ବିଧାୟକ ଦଳର ନୂତନ ନେତା ନିର୍ବାଚନ ପାଇଁ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ବିଜେଡିର ମୁଖ୍ୟ କାର୍ଯ୍ୟାଳୟରେ ନର୍ବନିର୍ବାଚିତ ବିଧାୟକମାନଙ୍କୁ ନେଇ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ ବିଜେଡିର ନବନିର୍ବାଚିତ ବିଧାୟକ ବିକ୍ରମ କେଶରି ଆରୁଖ ନୂତନ ବିଧାୟକ ଦଳର ବିଧାୟକ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମକୁ ପ୍ରସ୍ତାବ କରିବା ପରେ ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।

ପଞ୍ଚମ ଥର ପାଇଁ ବିଜେଡି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ନବୀନ ପଟ୍ଟନାୟକ ସମସ୍ତ ନବ ନିର୍ବାଚିତ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ନବ ନିର୍ବାଚିତ ବିଧାୟକମାନଙ୍କର ଏକ ଦଳ ରାଜ୍ୟପାଳ ଭବନକୁ ଯାଇ ରାଜ୍ୟପାଳ ଶ୍ରୀଗଣେଶୀ ଲାଲଙ୍କୁ ଭେଟିବା ସହ ରାଜ୍ୟରେ ବିଜେଡିର ନୂତନ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର