ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିବ ବିଜେପି, ବିଜେଡିର କଡ଼ା ଜବାବ

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗ

ଭୁବନେଶ୍ବର: ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗକୁ ନେଇ ଦୁଇ ପ୍ରମୁଖ ଦଳ ବିଜେପି-ବିଜେଡି ପୁଣି ସାମ୍ନାସାମ୍ନି ହୋଇଛନ୍ତି।ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି।
ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ସତ୍ୟାଗ୍ରହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଜଣାଯାଇଛି। ଯେତେବେଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିଛି, ଓଡ଼ିଶାର ଚାଷୀଙ୍କ ସହ ବିଜେପି ଅଛି ଏବଂ ରହିବ। ରାଜ୍ୟ ସରକାର ଯଦି ନ ଚେତିବେ, ତେବେ ବଡ଼ ଆନ୍ଦୋଳନ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଏଣେ ବିଜେପି ବିଧାନସଭା ସମ୍ମୁଖରେ ଧାରଣା ଦେବା ପ୍ରସଙ୍ଗରେ ବିଜେପିକୁ କଡ଼ା କାଉଣ୍ଟର କରିଛି  ବିଜେଡି। ଏକ ସାମ୍ବାଦିକ ସମ୍ମିଳୀରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଧାନସଭା ଘେରାଉ ପରିବର୍ତ୍ତେ ସଂସଦ ସାମ୍ନାରେ ବସୁ ରାଜ୍ୟ ବିଜେପି। କେନ୍ଦ୍ରରେ କାହା ସରକାର ଅଛି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ। ଚାଷୀ ପ୍ରସଙ୍ଗର ଏଠି ଧାରଣା ନ ଦେଇ ସାଂସଦ ସାମ୍ନାରେ ଧାରଣା ଦେଲେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବ। ଧାନ ସଂଗ୍ରହ,ଚାଉଳ ଉଠାଣ, ଏମଏସପି, ଚାଷ ବୀମା ଆଦି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଷ୍ପତ୍ତି ନିଅନ୍ତି। ଶୀତକାଳୀନ ଅଧିବେଶନ ସମୟରେ ସଂସଦ ସାମ୍ନାରେ ଧାରଣା ଦିଆଗଲେ କେନ୍ଦ୍ର ସରକାର ଚେତିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିଲା। ଯଦି ବିଜେପି ବିଧାୟକମାନେ ସର୍ବସମ୍ମତି କ୍ରମେ ରାଜି ହୋଇଥିଲେ କୁଆଡ଼େ ଗଲା ଏହି ପ୍ରସଙ୍ଗ ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାରକୁ ଆସିଲେ ଏମଏସପି ଦେଢ଼ ଗୁଣା କରିବାକୁ କହିଥିଲେ କୁଆଡେ ଗଲା। ଏ ସମସ୍ତ ପ୍ରସଙ୍ଗ ରାଜ୍ୟ ବିଜେପି ସାଂସଦ ସାମ୍ନାରେ ଧାରଣା ଦିଅନ୍ତୁ। କାଳିଆ ଯୋଜନାକୁ ଅଟକାଇବାକୁ ଉଦ୍ୟମ କରିଥିଲେ କେନ୍ଦ୍ର ସରକାର। ଚାଷୀମାନେ ଜାଣିଗଲେଣି ବିଜେପି ଚିନ୍ତା ଧାରା ଚାଷୀ ବିରୋଧୀ। ପ୍ରତି ପ୍ରସଙ୍ଗରେ କୃଷି ବିରୋଧୀ ବିଜେପି। ବିଜେପିର ପ୍ରହେଳିକା ଚାଷୀ ବୁଝି ସାରିଲେଣି। ତେଣୁ ଦୋଷ ଘୋଡ଼ାଇବାକୁ ବିଜେପି ଏପରି ନାଟକ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର