ବିଜୁଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଅଧିକାରିଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର: ଗତକାଲି ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟାରେ ବିଜୁଯୁବ ବାହାନୀର ମୁଖ୍ୟ ଅରୂପ ପଟ୍ଟନାୟକ ବିନା ଅନୁମତିରେ ରାଲି କରି ରୋଡ ସୋ କରିଛନ୍ତି । ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ସେ ଭୁବନେଶ୍ୱର ସହିଦ ନଗରଠାରେ ଖୋଲା ଜିପରେ ବୁଲି ଡ୍ରମ ଓ ବ୍ୟାଣ୍ଡ ବାଜା ସହ ବିଜେଡି ଦଳ ପାଇଁ ପ୍ରଚାର କରିଛନ୍ତି । ଏଥି ସହ ୧୦ଟି ଚାରିଚକିଆ ଯାନ, ୨୦୦ଟି ମୋଟର ସାଇକେଲ ସମେତ ଶହ ଶହ ଦଳୀୟ କର୍ମୀ ଏହି ରାଲିରେ ସାମିଲ ଥିଲେ । ସଂନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ସହିଦ ନଗରରେ ବିନା ଅନୁମତିରେ ରାଲି କରି ବିଜୁଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି । ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକରାଙ୍କୁ ଭେଟି ଏ ସଂକ୍ରାନ୍ତରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର