ଆଇପିଏଲ୍‌ ୧୨: ହାଇଦ୍ରାବାଦ୍‌ ବିପକ୍ଷରେ ପଂଜାବ ୬ ଓ୍ଵିକେଟରେ ବିଜୟୀ

ମୋହାଲି: ମୟଙ୍କ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୨ତମ ମୁକାବିଲାରେ କିଙ୍ଗ ଏକାଦଶ ପଂଜାବ ସୋମବାର ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କରିଛି। ପଂଜାବ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୫୧ ରନ୍‌ କରିଛି। ଲୋକେଶ ରାହୁଲ (୭୧ ରନ୍‌, ୫୩ ବଲ, ୭ ଚୌକା, ୧ ଛକା) କରିଥିବା ବେଳେ କ୍ରିସ ଗେଲ ୧୪ଟି ବଲ ଖେଳି ୧୬ ରନ୍‌ କରି ରସିଦ ଖାନଙ୍କ ଦ୍ୱାରା ଆଉଟ ହୋଇଥିଲେ । ମୟଙ୍କ ଅଗ୍ରଓ୍ଵାଲ (୫୫ ରନ୍‌, ୪୩ ବଲ, ୩ ଚୌକା, ୩ ଛକା) କରିଛନ୍ତି।

ପ୍ରଥମ ଇନିଂସରେ ପଂଜାବ ବିପକ୍ଷରେ ହାଇଦ୍ରାବାଦ ଟିମ୍‌ର ଡାଭିଡ ଓ୍ଵାର୍ଣ୍ଣର (୭୦ ରନ୍‌, ୬୨ ବଲ, ୬ ଚୌକା, ୧ ଛକା) ଅର୍ଦ୍ଧଶତକ ହାସଲ କରିଛନ୍ତି। ପଂଜାବ କ୍ରିକେଟ ଆସୋସିଏସ୍‌ ଦ୍ୱାରା ପରିଚାଳିତା ଆଇଏସ୍‌ ବିଦ୍ରା ଷ୍ଟାଡିୟମରେ ପଂଜାବ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟିଂ କରିଥିଲା। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୧୫୦ ରନ୍‌ କରିଛି। ଫଳରେ ପଂଜାବକୁ ୧୫୧ ରନ୍‌ ଟାର୍ଗେଟ ମିଳିଥିଲା।

ହାଇଦ୍ରାବାଦ୍‌ର ଓପନର ଜନି ବେୟାରଷ୍ଟୋ ୬ଟି ବଲ ସମ୍ମୁଖୀନ ହୋଇ ପଂଜାବର ପ୍ରଥମ ଶିକାର ହୋଇଥିଲେ। ସ୍କୋର ୭ ରନ୍‌ରେ ମୁଜିବୁର ରହମାନଙ୍କ ଦ୍ୱାରା ହାଇଦ୍ରାବାଦକୁ ପ୍ରଥମ ଝଟକା ଲାଗିଥିଲା। ଦ୍ୱିତୀୟ ଓ୍ଵିକେଟ ଭାବରେ ଦଳ ବିଜୟ ଶଙ୍କର ଆଉଟ୍‌ ହୋଇଥିଲେ। ମାତ୍ର ସେ ଆଉଟ୍‌ ହେବା ପୂର୍ବରୁ ଦଳ ପାଇଁ ୨୬ ରନ୍‌ ଯୋଗଦାନ କରିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା। ଦ୍ୱିତୀୟ ଓ୍ଵିକେଟରେ ହାଇଦ୍ରାବାଦ୍‌ ୪୯ ରନ୍‌ ସଂଗ୍ରହ କରିଥିଲା। ସେହିପରି ସ୍କୋର ୮୦ ରନ୍‌ରେ ହାଇଦ୍ରାବାଦ୍‌ ୩ୟ ଓ୍ଵିକେଟ୍‌ ଭାବରେ ମହମ୍ମଦ ନାବି (୧୨)ଙ୍କୁ ହରାଇଥିଲା। ସ୍କୋର ୧୩୫ ରନ୍‌ରେ ୪ର୍ଥ ଓ୍ଵିକେଟ ଭାବରେ ମନୀଷ ପାଣ୍ଡେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ।

ସମ୍ବନ୍ଧିତ ଖବର