୩୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ପୂର୍ବତନ ବିଧାୟକ ପ୍ରକାଶ ବେହେରା କଟକ-ସଦର ଜିଲ୍ଲା ସଭାପତି
ବିଧାୟକ ନବଚରଣ ମାଝୀ. କେ ନାରାୟଣ ରାଓ ଜିଲ୍ଲା ସଭାପତି
ପୁରୀ ଜିଲ୍ଲା ସଭାପତି ଭାବେ ଆଶ୍ରିତ ପଟ୍ଟନାୟକ ନିର୍ବାଚିତ
ବାଲେଶ୍ବର ଉମାକାନ୍ତ ମହାପାତ୍ର ଓ ଭଦ୍ରକ ହେମନ୍ତ ପାଢ଼ୀ

ଭୁଭନେଶ୍ବର : ଚଳିତ ମାସ ୧୫ ଓ ୧୬ ତାରିଖରେ ହୋଇଥିବା ବିଜେପିର ଜିଲ୍ଲାସଭାପତି ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ୩୪ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚିତ ହୋଇଥିବା ସଭାପତିଙ୍କ ନାମ ତାଲିକା ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।

ରାଜ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ ଓ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ଜାରି କରିଥିବା ପ୍ରେସ ଇସ୍ତାହାର ଅନୁଯାୟୀ, ଅନୁଗୁଳ ଜିଲ୍ଲା ସଭାପତି ଭାବେ ଦିଲେଶ୍ବର ପ୍ରଧାନ, ଢେଙ୍କାନାଳ ପାଇଁ ନରେଶ ମହାପାତ୍ର, କଟକ-ନଗର ପାଇଁ ଲଲାଟେନ୍ଦୁ ବଡ଼ୁ, କଟକ-ସଦରରୁ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ନିର୍ବାଚିତ ହୋଇଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡ଼ା କିଶୋର ପଣ୍ଡା, ଯାଜପୁର ଗୌତମ ରାୟ, ଭଦ୍ରକ ହେମନ୍ତ ପାଢ଼ୀ, ବାଲେଶ୍ବର ଉମାକାନ୍ତ ମହାପାତ୍ର ଏବଂ ବାରିପଦା ସାଙ୍ଗଠନିକ ଜିଲ୍ଲା ପାଇଁ ପୂର୍ବତନ ବିଧାୟକ କାନ୍ଦରା ସୋରେନ୍ ନିର୍ବାଚିତ ହେଇଛନ୍ତି। ରାଇରଙ୍ଗପୁର ପାଇଁ ବିଧାୟକ ନବଚରଣ ମାଝୀ, କେନ୍ଦୁଝର ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ଼ (ବଣାଇ) ଅନୀଲ ବାର୍ଲା, ସୁନ୍ଦରଗଡ଼ (ପାନପୋଷ) ଲତିକା ପଟ୍ଟନାୟକ, ସୁନ୍ଦରଗଡ଼ ପାଇଁ ବିଧାୟକ ଭବାନୀ ଭୋଇ ନିର୍ବାଚିତ ହୋଇଛନ୍ତି। ଝାରସୁଗୁଡ଼ା ପାଇଁ ମଙ୍ଗଳ ସାହୁ, ଦେବଗଡ଼ ମୀନ କେତନ ପ୍ରଧାନ, ସମ୍ବଲପୁର ଗିରିଶ ପଟେଲ, ବରଗଡ଼ ଅଶ୍ବିନୀ ଷଡ଼ଙ୍ଗୀ, ବୌଦ୍ଧ ବିପ୍ର ଚରଣ ମହାନ୍ତି, ସୁବର୍ଣ୍ଣପୁର ପ୍ରମୋଦ ମହାପାତ୍ର, ବଲଙ୍ଗୀର ଶିବାଜୀ ମହାନ୍ତି, ନୂଆପଡ଼ା ସୁବ୍ରତ ଠାକୁର, କନ୍ଧମାଳ ଜଗନ୍ନାଥ ସାହୁ, ନବରଙ୍ଗପୁର ଜଗଦୀଶ ବିଶୋଇ, କୋରାପୁଟ ସୁମନ୍ତ ପ୍ରଧାନ, ମାଲକାନଗିରି ପାଇଁ ବିଧାୟକ ଆଦିତ୍ୟ ମାଢ଼ୀ ନିର୍ବାଚିତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ସଭାପତି ଭାବେ ଶିବ ପଟ୍ଟନାୟକ ଓ ଗଜପତି ଜିଲ୍ଲା ସଭାପତି ଭାବେ ବିଧାୟକ କେ. ନାରାୟଣ ରାଓ ନିର୍ବାଚିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସଭାପତି ଭାବେ ବିଭୂତି ଜେନା, ଘୁମୁସୁର ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ଼ ଲାଲା ମନୋଜ ରାୟ, ଖୋର୍ଦ୍ଧା ରଶ୍ମି ରଞ୍ଜନ ମହାପାତ୍ର ଓ ପୁରୀ ପାଇଁ ଆଶ୍ରିତ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର