କାର୍‌କୁ ପିଟିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ଭଣ୍ଡାରିପୋଖରୀ/ଭଣ୍ଡାରିପୋଖରୀ-୧: ଭଣ୍ଡାରିପୋଖରୀ ବ୍ଲକ୍‌ ୧୬ ନଂ. ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଗୁରୁବାର ଦିନ ପ୍ରାୟ ୧୨ଟା ବେଳେ କାର୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଛି। ତେବେ କାର୍‌ରେ ଥିବା ଭଦ୍ରକ ଜିଲ୍ଲାର ଯୁବ ବିଜେପି ନେତା ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ ଏବଂ ଅନ୍ୟ ତିନିଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଓଡି-୧୧-କେ-୨୫୮୬ ନମ୍ବରର ଟ୍ରକ୍‌ଟି ଭଦ୍ରକ ପଟୁ ଭଣ୍ଡାରିପୋଖରୀ ଅଭିମୁଖେ ଯାଉଥିବା ବେଳେ ଓଡି-୦୨-ବି-ଏଫ୍‌-୮୮୯୯ ନମ୍ବରର କାର୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ଟ୍ରକ୍‌ ଚାଳକଙ୍କୁ ସ୍ଥାନୀୟ ଲୋକ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଧାମନଗର ପୁଲିସ ଘଟଣାସ୍ଥଳରେ ପହଁଚି ଗାଡ଼ି ଦୁଇଟିକୁ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର