ବିଜେପି ଯୁବମୋର୍ଚ୍ଚାର ରଣହୁଂକାର : ଜବାବ ମାଗୁଛି ଓଡ଼ିଶା

୭୦ ନିର୍ବାଚନ ମଣ୍ଡଳୀକୁ ଗଡ଼ିଲା ୭୦ଟି ରଥ

ଭୁବନେଶ୍ବର : ବିଜେଡି ସରକାର ବିରୋଧରେ ଜନମତ ସୃଷ୍ଟି ପାଇଁ ୭୦ଟି ନିର୍ବାଚନ ମଣ୍ଡିଳୀେର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗଡ଼ିଛି ରଥ। ଆଜି ଭୁବନେଶ୍ବର ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ।

ଏହି ଅବସରରେ ଯୁବ ମୋର୍ଚ୍ଚା ପକ୍ଷରୁ ସିଡି ଉନ୍ମୋଚନ ହେବା ସହ ରଥରେ ଭିଡିଓକୁ ଲଞ୍ଚ କରାଯାଇଛି। ଦୁଇ କେନ୍ଦ୍ରମନ୍ତ୍ରୀ ଟାବଲେଟ.ଅଡିଓ, ଭିଡିଓ ମାଧ୍ୟମରେ ପ୍ରଶ୍ନ ପଚାରିବାର ଅଭିଯାନ କରିଥିଲେ। ଯୁବବର୍ଗ ନୂଆ ଟେକ୍ନୋଲୋଜି ମାଧ୍ୟମରେ ଓଡ଼ିଶାବାସୀ ପ୍ରଶ୍ନ ପଚାରି ଜବାବ ମାଗିବା ପାଇଁ ନିଜ ମୋବାଇଲ ନମ୍ବରରୁ ‘୯୫୫୫-୨୨୭-୨୨୭’ରେ ମିସଡ କଲ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ। େଵବସାଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବେ ବୋଲି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର