ସାଉଥବଲଣ୍ଡାରେ ଆମ ଓଡିଶା ରକ୍ତଦାନ ଶିବିର; ୧୦୧ ୟୁନିଟ୍‌ ରକ୍ତ ସଂଗ୍ରହ

ସାଉଥବଲଣ୍ଡା : ତାଳଚେର ବ୍ଲକ୍‌ ସାଉଥବଲଣ୍ଡା ବଣିକ ସଂଘ, ଅନୁଗୁଳ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏବଂ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଉଥବଲଣ୍ଡା ଲକ୍ଷ୍ମୀପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ତେଣ୍ଟୁଲେଇ ସରପଞ୍ଚ ଲିଜା ବେହେରା, ସମିତି ସଭ୍ୟା ନିଲମ୍‌ ଲାଲ, ବଣିକ ସଂଘ ସଭାପତି ନିରାକର ସାହୁ, ସଂପାଦକ ସୁଦର୍ଶନ ଦାସ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖା ପରିଚାଳକ ସଚିନ୍‌ ଅଗ୍ରଓ୍ଵ୍ଵାଲା, ବଲଣ୍ଡା ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ରାଉତ, ସ୍ୱେଚ୍ଛାସେବୀ ଯୋଗେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର