ବଲାଙ୍ଗୀରରେ ୪ ବର୍ଷର ଶିଶୁ କନ୍ୟା କରୋନା ପଜିଟିଭ୍ ଚିହ୍ନଟ

ବଲାଙ୍ଗୀର: ଆଜି ୨୨ଟି ଜିଲ୍ଲାରୁ ନୂଆ ୨୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।  ଏମାନଙ୍କ ଭିତରେ ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ଅଛନ୍ତି। ଏମାନଙ୍କ ଭିତରୁ ବଲାଙ୍ଗୀର ସହରର ୧୩ ଜଣ ଥିବା ଜଣାଯାଇଛି। ଏଥିମଧ୍ୟରୁ ହାତୀଶାଳପଡ଼ା ଓ ଲକ୍ଷ୍ମୀଜୋର କଣ୍ଟେନମେଣ୍ଟରୁ ୧୩ ପଜିଟିଭ ଚିହ୍ନଟ, ଚିହ୍ନଟ ୧୩ ଜଣଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ କନ୍ୟା ଥିବାର ସୂଚନା ପ୍ରଶାସନ ପକ୍ଷରୁ ଦିଆଯାଇଛି। ଏନେଇ ‘ସମ୍ବାଦ’ ପକ୍ଷରୁ ଆଗରୁ ଆଶଙ୍କା ପ୍ରକାଶ ପାଇଥିଲା, ଯାହା ସତ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ଭିତରୁ ୧୪ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର