ସ୍କୁଲ୍‌ ଯାଇ ବାଳକ ନିଖୋଜ

ମାର୍ଶାଘାଇ : ପାଟକୁରା ଥାନା ଅର୍ନ୍ତଗତ ମାର୍ଶାଘାଇ ବ୍ଲକ ବଛରାଇ ପଞ୍ଚାୟତ ପେଣ୍ଠ-ବାଲିକୁଦା ଗ୍ରାମର ଅମୂଲ୍ୟ ସାହୁଙ୍କ ପୁଅ ସନ୍ଦୀପ୍ତ କୁମାର ସାହୁ(୧୩)ଚାରିଦିନ ହେବ ନିଖୋଜ ହୋଇଯାଇଛନ୍ତି। ସନ୍ଦୀପ୍ତ କେନ୍ଦ୍ରାପଡାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧୢୟନ କରୁଥି‌େଲ। ଗତ ୨୧ ତାରିଖରେ ବିଦ୍ୟାଳୟ ଛୁଟି ଥିଲା। ପାଠ ପଢ଼ିବାକୁ ଯାଉଛି କହି ସେ ଆଉ ଫେରି ନାହିଁ। ଏ ସମ୍ପର୍କରେ ତାଙ୍କର ପିତା କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଛନ୍ତି। କେହି ତାଙ୍କର ସନ୍ଧାନ ପାଇଲେ ନିକଟବର୍ତ୍ତୀ ଥାନା କିମ୍ବା ମୋବାଇଲ ନମ୍ବର ୯୯୩୮୮୩୮୨୫୨/୯୮୬୧୩୧୫୫୨୭ରେ ଜଣାଇବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର