ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆୱାର୍ଡସ୍‌-୨୦୨୦

ଲାର୍ଜ

ମେ’ ଫେୟାର ହୋଟେଲ୍ସ ଆଣ୍ଡ୍‌ ରିସୋର୍ଟସ୍‌ ଲିମିଟେଡ୍‌ (ପ୍ଲାଟିନମ୍‌)
ହୋଟେଲ ଏବଂ ଆତିଥେୟତା ଶିଳ୍ପରେ ହୋଟେଲ ମେ ଫେୟାର ଆଜି ସାରା ଦେଶରେ ଏକ ପରିଚିତ ନାମ। ୧୯୮୨ ମସିହାରୁ ଓଡ଼ିଶାର ଇସ୍ପାତ ସହର ରାଉରକେଲାରେ ‌ମେ ଫେୟାରର ମୁଳଦୁଆ ପଡ଼ିଥିଲା। ତାହା ପରଠାରୁ କମ୍ପାନି ଦେଶର ବିଶିଷ୍ଟ ଉଦ୍ୟୋଗୀ ତଥା ରାଜନେତା ଦିଲ୍ଲୀପ ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାର ଶାଖା ପ୍ରଶାଖା ଓଡ଼ିଶା ଏବଂ ଓଡ଼ିଶା ବାହାରେ ମେଲିଚାଲିଛି। ରାଉରକେଲା ସହିତ ପୁରୀ, ଭୁବନେଶ୍ବର, ଗୋପାଳପୁରରେ ମେ ଫେୟାର ହୋଟେଲ ଆଜି ସଗର୍ବେ ଛିଡ଼ା ହୋଇଛି। ଏଥିସହିତ ରାଜ୍ୟ ବାହାରେ ଦାର୍ଜିଲିଂ, ଗାଙ୍ଗଟକ, କଲିମପଙ୍ଗ, ଗୋଆ ଏବଂ ରାୟପୁରରେ ‌ମେ ଫେୟାରର ସୁଦୃଶ୍ୟ ହୋଟେଲ ରହିଛି। ଛୁଟି କଟାଇବାକୁ ଆସୁଥିବା ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ବ୍ୟବସାୟ, ଉଦ୍ୟୋଗ, କ୍ରୀଡ଼ା, ରାଜନୀତି ଆଦି କ୍ଷେତ୍ରର ବିଭିନ୍ନ ବର୍ଗର ଲୋକଙ୍କୁ ଏହି ହୋଟେଲ ଉନ୍ନତମାନର ସେବା ଯୋଗାଇବା ସହ ଓଡ଼ିଶା ପାଇଁ ଗର୍ବ ହୋଇପାରିଛି।

ଇମାମି ପେପର ମିଲ୍‌ସ ଲିମିଟେଡ୍‌ (ଗୋଲ୍ଡ)
ଇମାମି ପେର ହେଉଛି ଇମାମି ଗ୍ରୁପ୍‌ର ଏକ ଅଂଶ ଯାହା ଏଫ୍‌ଏମ୍‌ସିଜି, ଖାଇବା ତେଲ, କାଗଜ, ଲେଖନି ଉପକରଣ, ସ୍ବାସ୍ଥ୍ୟସେବା, ଖୁଚୁରା ଡିପାର୍ଟମେଣ୍ଟାଲ୍‌ ଷ୍ଟୋର୍‌ ଏବଂ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ କାର୍ଯ୍ୟ କରୁଛି। ଏମ୍‌ବିଏସ୍‌ ନାୟାରଙ୍କ ନେତୃତ୍ବରେ ଏହି ସଂସ୍ଥା ପରିଚାଳିତ ହେଉଥିବା ବେଳେ ପ୍ରତିବର୍ଷ ନୂଆ ନୂଆ ମାଇଲଖୁଣ୍ଟ ହାସଲ କରୁଛି। ଏହି କଂପାନିର ନିଉଜପ୍ରିଣ୍ଟ୍‌, ରାଇଟିଂ ଆଣ୍ଡ୍‌ ପ୍ରିଟିଂ ପେପର୍‌ ଏବଂ ମଲ୍‌ଟି ଲେୟର କୋଟେଡ୍‌ ବୋର୍ଡ ପ୍ରସ୍ତୁତି କରିବା କ୍ଷେତ୍ରରେ ବିଶେଷ ଅଭିଜ୍ଞତା ରହିଛି। ଇମାମି ପେପର ହେଉଛି ଭାରତର ସର୍ବବୃହତ ଏବଂ ପୂର୍ବ ଭାରତର ଏକ ମାତ୍ର ନିଉଜ୍‌ ପ୍ରିଣ୍ଟ୍‌ କଂପାନି ଏବଂ ଏହା ମଲ୍‌ଟି-ଲେୟର୍‌ କୋଟେଡ୍‌ ବୋର୍ଡ ମଧ୍ୟ ଉତ୍ପାଦନ କରୁଛି। କଂପାନି ନିଉଜ୍‌ପ୍ରିଣ୍ଟ୍‌ ଉତ୍ପାଦନରେ ଦେଶରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ପ୍ୟାକେଜିଂ ବୋର୍ଡ ଉତ୍ପାଦନ ଶିଳ୍ପରେ ଏହା ଏକ ନମ୍ବର ସ୍ଥାନ ହାସଲ କରିବାକୁ ଯୋଜନା ରଖିଛି। କଂପାନି ଏହାର ସମସ୍ତ ଗ୍ରାହକ, ଅଂଶୀଦାର, ଅଂଶଧନକାରୀ, ଭେଣ୍ଡର, କର୍ମଚାରୀ, ସରକାର ଏବଂ ସମାଜର ସ୍ବାର୍ଥକୁ ଦୃଷ୍ଟିରେ ରଖି ଦୀର୍ଘ ମିଆଦୀ ମୂଲ୍ୟ ହାସଲ କରିବା ଉପରେ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର