ଏସଟିଏଫ୍ କବ୍ଜାରେ ପଳାତକ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ: ପଶ୍ଚିମବଙ୍ଗରୁ ଗିରଫ

ଭୁବନେଶ୍ବର: ଏସଟିଏଫ୍ କବ୍ଜାରେ ଦୁର୍ଦ୍ଦାନ୍ତ ପଳାତକ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ। ଅଭିଯୁକ୍ତକୁ ପଶ୍ଚିମବଙ୍ଗର ସ୍ଥାନୀୟ ପୁଲିସ ସହାୟତାରେ ଏସଟିଏଫ୍ ଗିରଫ କରିଥିବାର ଖବର ମିଳିଛି। ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ ହେଲା ଲାଲା ମହମଦ ଶେଖ୍। ପୂର୍ବରୁ ଏସଟିଏଫ୍ ଓଡ଼ିଶା ଆନ୍ତରାଜ୍ୟ ବ୍ରାଉନସୁଗର ବେପାରୀ ସଫିକୁଲ ଶେଖକୁ ଗିରଫ କରି ପଚରାଉଚରା ବେଳେ ଲାଲା ମହମଦ ଶେଖ୍ ସଂପର୍କରେ ଅଧିକ ତଥ୍ୟ ମିଳିଥିଲା।

ଗତ ବର୍ଷ ଅକ୍ଟୋବର ୨୦ ତାରିଖରେ ସଫିକୁଲ ପାଖରୁ ୧ କେଜି ୪୩ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ଏସଟିଏଫ୍। ହେଲେ ସେବେଠାରୁ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ ଲାଲା ମହମ୍ମଦ ଶେଖ୍ ଫେରାର ଥିଲା।

ସମ୍ବନ୍ଧିତ ଖବର