ବୁଢାବଳଙ୍ଗ ନଦୀ ପାର କରୁଥିବା ବେଳେ ଭାସିଯାଇ ବୃଦ୍ଧ ନିଖୋଜ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବଣକାଟି ପଞ୍ଚାୟତ ଅନ୍ତର୍ଗତ ଦଶରାପଦା ନିକଟରେ ଥିବା ବୁଢାବଳଙ୍ଗ ନଦୀର ଘୋଳ ମୁହାଁ ଘାଟରେ ନଦୀ ପାର କରୁଥିବା ବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି। ନିଖୋଜ ଖବର ପାଇ ବୃଦ୍ଧ କୁଶ କୁଅଁର (୬୦) କୁ ଖୋଜୁଛି ବାଙ୍ଗିରିପୋଷି ଦମକଳ ବାହିନୀ।

ନିଜେ ତିଆରି କରିଥିବା ବାଉଁଶର କୁଲା ପାଛିଆକୁ ବିକ୍ରି କରିବା ପାଇଁ ଝିଙ୍କପାହାଡି ଯାଉଥିବା ବେଳେ ବୃଦ୍ଧ ଭାସି ଯାଇଥିବା ଜଣାପଡ଼ିଛି। ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଦମକଳବାହିନୀ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବୃଦ୍ଧଙ୍କୁ ଖୋଜୁଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ।

ସମ୍ବନ୍ଧିତ ଖବର