୪୧୪ କୋଟି ବ୍ୟୟରେ ନିର୍ମାଣ ହେବ ବରପାଲି-ବଲାଙ୍ଗୀର ଜାତୀୟ ରାଜପଥ

ସମ୍ବଲପୁର: ପରିଶେଷରେ ବରପାଲି- ବଲାଂଗୀର ୨୬ ନମ୍ବର ଜାତୀୟ ରାଜପଥର ନିର୍ମାଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ନିଜେ ଟ୍ବିଟ୍ କରି ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ଥକୀରଣ କରାଯିବ। ଏହି ଦୁଇଥାକିଆ ରାସ୍ତା ନିର୍ମାଣରେ ୪୧୪ କୋଟି ଟଙ୍କା ମଂଜୁର ହୋଇଛି।

ରାଜପଥର ଉଭୟ ପାର୍ଶ୍ବରେ ପଥଚାରୀ ଓ ଦୁଇଚକିଆ ଯାନ ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ, ରାଜ୍ୟର ବ୍ୟସ୍ତତମ ରାସ୍ତା ମଧ୍ୟରୁ ଏହି ଜାତୀୟ ରାଜପଥ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ଚଳାଚଳ କରିଥାଏ। ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ବେଳେ ବାରଂବାର ଦୁର୍ଘଟଣା ଘଟୁଛି। ରାସ୍ତା ନିର୍ମାଣ ପାଇଁ ବହୁ ଦିନରୁ ଅଂଚଳରବାସୀ ଦାବି କରୁଥିଲେ। ମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କ ଏହି ସୂଚନା ପରେ ଅଂଚଳବାସୀ ଖୁସିବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର