ରାସ୍ତାରେ ଓଲଟିଲା ବସ୍: ୧୧ ଯାତ୍ରୀ ଆହତ, ତିନି ଗୁରୁତର

ରାଉରକେଲା : ଜାତୀୟ ରାଜପଥ ନଂ-୧୪୩ର କୁଆଁରମୁଣ୍ଡା ଚାର୍ଡିହରିହରପୁର ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ୧୪ ଯାତ୍ରୀ ଆହତ ହୋଇଛନ୍ତିl ଏମାନଙ୍କ ମଧ୍ୟରୁ ତିନି ଯାତ୍ରୀ ଗୁରୁତର ଅଛନ୍ତିl ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିl କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତକରି ଘଟଣାର ତଦନ୍ତ ଚଳାଇଛିl


ମିଳିଥିବା ସୂଚନା ମୁତାବକ ରାଉରକେଲାରୁ ପ୍ରାୟ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସଙ୍କଟମୋଚନ ନାମକ ଯାତ୍ରୀବାହୀ ବସ ଝାରଖଣ୍ଡର ରାଞ୍ଚି ଯାଉଥିଲାl ଜାତୀୟ ରାଜପଥ ମରାମତି, ସମ୍ପ୍ରସାରଣ ଯୋଗୁଁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା l ସ୍ଥାନୀୟ ଲୋକେ ବସ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରି କୁଆଁରମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେl

ସମ୍ବନ୍ଧିତ ଖବର