ଓଡ଼ିଶାରୁ ୫୦ଜଣ ତୀର୍ଥଯାତ୍ରୀ ନେଇ ଯାଉଥିବା ବସ୍‌ ପୋଲ ତଳକୁ ଖସିପଡ଼ିଲା

ଝାଡ଼ଖଣ୍ଡ: ଓଡ଼ିଶାରୁ ମୁସଲମାନ ତୀର୍ଥଯାତ୍ରୀଙ୍କୁ ନେଇ ଆଜମେର ଅଭିମୁଖେ ଯାଉଥିବା ଏକ ବସ୍‌ ଝାଡ଼ଖଣ୍ଡର ଟାଟା ସହର ନିକଟରେ ଏକ ପୋଲ ତଳକୁ ଶୁକ୍ରବାର ବିଳମ୍ବିତ ରାତିରେ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୧୫ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଟାଟାର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାର କଟକ, କେନ୍ଦ୍ରାପଡ଼ା ଓ ସୋର ଅଞ୍ଚଳର ୫୦ଜଣ ମୁସଲମାନ୍ ତୀର୍ଥଯାତ୍ରୀଙ୍କୁ ନେଇ ଶ୍ରୀରାମଜୀ ବେଞ୍ଜ ବସ୍‌ଟି ଆଜମେର ଅଭିମୁଖେ ଯାଉଥିଲା। ଟାଟା ପୂର୍ବରୁ ରାସ୍ତା କଡ଼ରେ ଛିଡା ହୋଇଥିବା ସମୟରେ ହଠାତ୍‌ ଏକ ଟ୍ରକ୍‌ ପଛପଟୁ ଆସି ବସ୍‌କୁ ଧକ୍କା ଦେଇଥିଲା। କେହି କିଛି ବୁଝିବା ପୂର୍ବରୁ ବସ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା।। ଯାତ୍ରୀମାନଙ୍କ ଭୟରେ ଚିତ୍କାର କରିବା ସହ କାନ୍ଦି ଉଠିଥିଲେ। ଏହି ଚିତ୍କାର ଓ ବସ୍‌ ପଡ଼ିବାର ଶବ୍ଦ ଶୁଣି ସ୍ଥାନୀୟଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ଆହତଙ୍କୁ ସାହାଯ୍ୟ କରିବା ସହିତ ଉଦ୍ଧାର କରି ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧିତ ଖବର