ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଜାତିଭିତ୍ତିକ ଗଣନା ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ୨୦୨୧ରେ ଭାରତର ଜନଗଣନା ହେବ। ଏହି ସମୟରେ ରାଜ୍ୟ ସରକାର ଏସ୍‌ସିବିସି (ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ)ଙ୍କ ଗଣନା କରିବାକୁ ପ୍ରସ୍ତାବ ରଖିଛନ୍ତି। ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରାଜ୍ୟ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଜାତିଭିତ୍ତିକ ଜନଗଣନା ପାଇଁ ଓଡ଼ିଶା କ୍ୟାବିନେଟର ପ୍ରସ୍ତାବ ସଂପର୍କିତ ଆଲୋଚନା ହୋଇଛି। ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ ପାଇଁ ସ୍ୱତନ୍ତ୍ର ଜନଗଣନା ହେଉ। ୨୦୨୧ ଗଣନାରେ ଜାତିଭିତ୍ତିକ ଗଣନା ପାଇଁ ବ୍ୟବସ୍ଥା ରହିବା ଉଚିତ ବୋଲି କ୍ୟାବିନେଟରେ ଆଲୋଚନା ହୋଇଛି। ଜନଗଣନା ସମୟରେ ଏଥି ପାଇଁ ଏକ ସ୍ୱତନ୍ତ୍ର ଫର୍ମାଟ୍‌ ଯୋଡ଼ା ହେବ। ଆର୍ଥିକ, ଶିକ୍ଷାଗତ ଓ ଜାତିଗତ ପଛୁଆ ବର୍ଗ ଆଧାରରେ ଏହି ଗଣନା ହେବ। ଏଭଳି ଜନଗଣନା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାଙ୍କ ପାଖରେ ଦାବି ରଖିବେ।

ସମ୍ବନ୍ଧିତ ଖବର