ଦୁବାଇ ଫେରନ୍ତାଙ୍କ ବିରୋଧରେ ମାମଲା ରୁଜୁ

ଆଇଆଇଟି ଛାତ୍ରଙ୍କୁ କରୋନା ସନ୍ଦେହ କରି ବିରୋଧ

ହିଞ୍ଜିଳିକାଟୁ : ସଙ୍ଗରୋଧ ନିୟମକୁ ଅବମାନନା କରିଥିବା ଜଣେ ଦୁବାଇ ଫେରନ୍ତା ଯୁବକଙ୍କ ବିରୋଧରେ ହିଞ୍ଜିଳିକାଟୁ ପୁଲିସ ମାମଲା ରୁଜୁ କରିଛି।

ହିଞ୍ଜିଳିକାଟୁ ଥାନା ଅଧୀନ ଏକ ଗ୍ରାମର ଉକ୍ତ ଯୁବକ ଜଣକ ଗତ ୧୪ ତାରିଖରେ ଦୁବାଇରୁ ମୁମ୍ବାଇ ଫେରିଥିଲେ। କିନ୍ତୁ ସଙ୍ଗରୋଧ ନିୟମ ଅବମାନନା କରି ଗାଁରେ ସର୍ବସାଧାରଣରେ ବୁଲୁଥିଲେ। ସୂଚନା ପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାଶ, ବିଡିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ଏନେଇ କେସ୍ ନମ୍ବର ୯୮ ଅନୁସାରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ନେଇ ଥାନାଧିକାରୀ ଶ୍ରୀ ଦାଶ ସୂଚନା

ଆଇଆଇଟି ଛାତ୍ରଙ୍କୁ କରୋନା ସନ୍ଦେହ କରି ବିରୋଧ
କୁଜଙ୍ଗ : ଚେନ୍ନାଇ ଆଇଆଇଟିରେ ପଢୁଥିବା ଜଣେ ଛାତ୍ରଙ୍କୁ ନେଇ ଘଟିଛି ଆଇନଶୃଙ୍ଖଳା ପରିସ୍ଥିତି। ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ସଂପୃକ୍ତ ଛାତ୍ରଙ୍କ ସଂପର୍କୀୟଙ୍କ କାର ଭଙ୍ଗାରୁଜା କରିଛନ୍ତି। ଏଭଳି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗଣ୍ତକିପୁର ଗ୍ରାମର ଜଣେ ଯୁବକ ଚେନ୍ନାଇରେ ରହି ଆଇଆଇଟି ପଢୁଛନ୍ତି। କରୋନା ନେଇ କଟକଣା ଜାରି ହେବା ଫଳରେ ସେ ସେଠାରୁ ନିଜର ଗଣ୍ତକିପୁରସ୍ଥିତ ବାସଭବନକୁ ଫେରିଥିଲେ। ମାତ୍ର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗ୍ରାମର ଲୋକମାନେ କରୋନା ଭୂତାଣୁ ସଂକ୍ରମିତ ଦାବି କରି ଗ୍ରାମରେ ରହିବାକୁ ଦେଇନଥିଲେ। ଫଳରେ କୁଜଙ୍ଗ ଥାନା ହସିଣା ଗ୍ରାମର ଇଂଜିନିୟର ତ୍ରିଲୋଚନ ତରାଇ ତାଙ୍କୁ ନିଜର ଅଲଟୋ ଗାଡ଼ିରେ ବସାଇ ହସିଣାଗ୍ରାମସ୍ଥିତ ଘରକୁ ଆଣିଥିଲେ। ଏହି ସମୟରେ ଗାଡ଼ିରେ ତ୍ରିଲୋଚନ ତରାଇଙ୍କ ସମେତ ତାଙ୍କର ଦୁଇ ଜଣ ଆତ୍ମୀୟ ଏବଂ ସମ୍ପୃକ୍ତ ଗଣ୍ତକିପୁର ଗ୍ରାମର ଆଇଆଇଟି ଛାତ୍ର ରହିଥିଲେ। ଏହି ଘଟଣା ଜଣାପଡ଼ିବାପରେ ସ୍ଥାନୀୟ ପୁଲିସ ସମ୍ପୃକ୍ତ ଛାତ୍ରଙ୍କୁ ନେଇ ସ୍ବାସ୍ଥ୍ୟ ପରୀକ୍ଷାପାଇଁ କଟକ ପଠାଇଥିଲେ। ତେବେ ଏହି ଘଟଣାରେ ହସିଣା ଗ୍ରାମର ଲୋକମାନେ ସନ୍ଦିଗ୍ଧଙ୍କଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଥିବାରୁ ତାଙ୍କୁ ଗାଡ଼ିରେ ଆଣିଥିବା ଇଂ. ତ୍ରିଲୋଚନ ତରାଇ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଦାବି କରିଥିଲେ। ଫଳରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଗ୍ରାମର ହେମନ୍ତ ସ୍ବାଇଁଙ୍କ ପୁତ୍ର ଲେନିନ କୁମାର ସ୍ବାଇଁ ଇଂ. ତରାଇଙ୍କ ଗାଡ଼ିକୁ ଢେଲା ମାଡ଼ କରିଥିଲେ। ଫଳରେ ଗାଡ଼ିର କାଚ ଫାଟି ଯାଇଥିଲା। ଏନେଇ ଉଭୟଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷାପରେ ତାହା ନେଗେଟିଭ ରହିଥିବା ଇଂ. ତ୍ରିଲୋଚନ ତରାଇ ପ୍ରକାଶ କରିଥିବା ବେଳେ ଏବିଡିଓ ସନ୍ତୋଷ କୁମାର ଶତପଥୀ ଏନେଇ ତାଙ୍କ ନିକଟରେ କୌଣସି ଖବର ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର