୨ ଚିଟ୍‌ଫଣ୍ଡ କମ୍ପାନି ବିରୋଧରେ ସିବିଆଇର ଚାର୍ଜସିଟ୍‌

ଭୁବନେଶ୍ବର : ଦୁଇ ଚିଟ୍‌ଫଣ୍ଡ କମ୍ପାନି ବିରୋଧରେ ଆଜି ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟରେ ସିବିଆଇ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଦିଲ୍ଲୀସ୍ଥିତ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନି ବିରୋଧରେ ଦାଖଲ ହୋଇଥିବା ଏହି ଚାର୍ଜସିଟରେ ୨୫ ଜଣ ଅଭିଯୁକ୍ତ ରହିଛନ୍ତି। ୨୦୧୯ ଜୁନ୍ ୧୧ ତାରିଖରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିଲା।

ସେହିପରି ନେଟଵର୍କିଂ ବ୍ୟବସାୟ ନାଁରେ ଅବସିଣ୍ଡି ନେଟଵର୍କ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି।୨୦୧୯ ଏପ୍ରିଲ ୩୦ ତାରିଖରେ ସିବିଆଇ ଏହି କମ୍ପାନି ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିଲା।

ସମ୍ବନ୍ଧିତ ଖବର