କଟକ ସିଡିଏ- ସେକ୍ଟର-୯, ବଡମ୍ବା ପଞ୍ଚାୟତ ଓ ସଂଲଗ୍ନ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ: ସ୍ଥାନୀୟ ସିଡିଏ-ସେକ୍ଟର-୯ ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। l ସେହିପରି ବଡ଼ମ୍ବାରେ ଆଉ ୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ ବଡମ୍ବା ପଞ୍ଚାୟତ ଓ ସଂଲଗ୍ନ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଜଣାଯାଇଛି।

ସିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉପରୋକ୍ତ ନିଷିଦ୍ଧାଞ୍ଚଳକୁ ବାହାର ପଟରୁ କୌଣସି ଲୋକ ପ୍ରବେଶ କରିପାରିବେ ନାହିଁ। ସେହିଭଳି ନିଷିଦ୍ଧାଞ୍ଚଳରୁ ବାହାରକୁ କେହି ଯାଇପାରିବେ ନାହିଁ। କେବଳ ଜରୁରୀ କାମ ଥିଲେ ବାହାରକୁ ଯିବା ପାଇଁ ଅନୁମତି ମିଳିବ।

CamScanner 06-28-2020 17.31.22

ଆଜି ବଡମ୍ବାରୁ ଜଣେ ବ୍ୟାଙ୍କ କ୍ୟାସିୟରଙ୍କ ସମେତ ୫ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ବଡ଼ମ୍ବା ବ୍ଲକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡମ୍ବା ପଞ୍ଚାୟତ ଓ ସଂଲଗ୍ନ ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରିବା ପାଇଁ ମେଡିକାଲ ଅଫିସର ଓ ତହସିଲଦାରଙ୍କ ସୁପାରିଶ ଭିତ୍ତିରେ ଜିଲ୍ଲା ପ୍ରଶାସନ ୭୨ଘଣ୍ଟିଆ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହା ସୋମବାର ସକାଳ ୧୦ଟାରୁ ଗୁରୁବାର ସକାଳ ୧୦ଟା ଯାଏଁ ବର୍ତ୍ତମାନ ପାଇଁ ଲାଗୁହେବ ବୋଲି ଜଣାଯାଇଛି। ଆଠଗଡ଼ ଉପଜିଲ୍ଲାପାଳ ବଡ଼ମ୍ବା ଅଗ୍ନିଶମ କାର୍ଯ୍ୟାଳୟ ଠାରୁ ସୁନାପାଳ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ୭୨ ଘଣ୍ଟିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

କଣ୍ଟେନମେଣ୍ଟ ଜୋନରେ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ଜିନିଷ ଓ ଔଷଧ ସାମଗ୍ରୀ ମହାନଗର ନିଗମ ପକ୍ଷରୁ ଯୋଗାଇ ଦିଆଯିବ। ସେହିଭଳି କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ସିଏମ୍‌ସି ଅଧିନରେ ଥିବା କଣ୍ଟେନମେଣ୍ଟ ଜୋନରେ ଅଧିକାରୀ ଓ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର