ମାରାତ୍ମକ ସଂଘର୍ଷ ପୂର୍ବରୁ ଭାରତ ସୀମାନ୍ତକୁ ମାର୍ସାଲ୍ ଆର୍ଟିଷ୍ଟ୍‌ ପଠାଇଥିଲା ଚୀନ୍: ରାଷ୍ଟ୍ରାୟତ ଗଣମାଧ୍ୟମ

ବେଜିଙ୍ଗ୍: ଚଳିତ ମାସରେ ସଂଗଠିତ ମାରାତ୍ମକ ସଂଘର୍ଷର ଅଳ୍ପ ସମୟ ପୂର୍ବରୁ ଭାରତ ସୀମା ନିକଟରେ ନିଜର ସେନା ସୁଦୃଢ଼ କରିବାକୁ ପର୍ବତାରୋହୀ ଓ ମାର୍ସାଲ୍ ଆର୍ଟସ୍ ଲଢୁଆମାନଙ୍କୁ ମୁତୟନ କରିଥିଲା। ରାଷ୍ଟ୍ରାୟତ ଗଣମାଧ୍ୟମ ଏହି ରିପୋର୍ଟ କରିଛି।

ଜୁନ୍ ୧୫ ତାରିଖ ଦିନ ପୂର୍ବତନ ମାଉଣ୍ଟ୍‌ ଏଭରେଷ୍ଟ୍‌ ଅଲିମ୍ପିକ୍ ଟର୍ଚ ରିଲେ ଟିମ୍ ଏବଂ ମିଶ୍ରିତ ମାର୍ସାଲ୍ ଆର୍ଟ କ୍ଲବ୍‌ର ଲଢୁଆମାନଙ୍କ ସମେତ ପାଞ୍ଚଟି ନୂତନ ମିଲିସିଆ ଡିଭିଜନ୍ ଲାସାରେ ତଦାରଖ କରିବାକୁ ହାଜର ହୋଇଥିଲେ ବୋଲି ଆନୁଷ୍ଠାନିକ ସାମରିକ ସମ୍ବାଦପତ୍ର ‘ଚାଇନା ନ୍ୟାସ୍‌ନାଲ୍ ଡିଫେନ୍‌ସ୍ ନିଉଜ୍’ ରିପୋର୍ଟ କରିଛି।

ରାଷ୍ଟ୍ରାୟତ ପ୍ରସାରଣ ‘ସିସିଟିଭି’ ମଧ୍ୟ ତୀବ୍ବତୀୟ ରାଜଧାନୀରେ ଶହ ଶହ ନୂତନ ସୈନିକ ଧାଡ଼ି ବାନ୍ଧି ଥିବା ଫୁଟେଜ୍ ପ୍ରଦର୍ଶନ କରିଥିଲା।

Image Courtesy of New Age

ଏନ୍‌ବୋ ଫାଇଟ୍ କ୍ଲବ୍ ଚୟନ କରିଥିବା ସଦସ୍ୟମାନେ ସୈନିକମାନଙ୍କ ସଂଗଠନ ଏବଂ ଗତିଶୀଳତା ଓ ସେମାନଙ୍କର ତୁରନ୍ତ ମୁକାବିଲା ଓ ସହଯୋଗ କ୍ଷମତା କୁ ତୀବ୍ରତର କରିବ ବୋଲି ତିବ୍ବତ କମାଣ୍ଡର୍ ୱାଙ୍ଗ୍‌ ହାଇଜିଆଙ୍ଗ୍‌ କହିଥିବା କଥା ‘ଚାଇନା ନ୍ୟାସ୍‌ନାଲ୍ ଡିଫେନ୍‌ସ୍ ନିଉଜ୍’ ରିପୋର୍ଟ କରିଥିଲେ ମଧ୍ୟ ସେମାନଙ୍କର ମୁତୟନ ଚାଲିଥିବା ସୀମାନ୍ତ ବିବାଦ ସହ ସମ୍ପୃକ୍ତ କି, ନୁହେଁ ତାହା ସେ ସ୍ପଷ୍ଟ କରିନାହାନ୍ତି।

ପରେ ସେଦିନ ଚୀନ୍‌ ଓ ଭାରତ ସେନା ମଧ୍ୟରେ ଦୀର୍ଘ କେତେ ଦଶନ୍ଧି ଧରି ହୋଇ ନ ଥିବା ପରି ତୁମୁଳ ସଂଘର୍ଷ ଘଟିଲା। ଏଥିରେ ଭାରତ ପକ୍ଷରୁ ୨୦ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ, ଚୀନ୍‌ ପଟରୁ କେତେ ସୈନିକ ପ୍ରାଣ ହରାଇଛନ୍ତି ତାହା ଜଣାପଡ଼ିନାହିଁ।

ଚୀନ୍‌ ସୈନ୍ୟସଂଖ୍ୟାର ସମକକ୍ଷ ହେବା ଭଳି ହିମାଳୟ ସୀମାନ୍ତ ଅଞ୍ଚଳରେ ନିଜର ସେନା ସୁଦୃଢ଼ କରିଥିବା କଥା ଗୁରୁବାର ଦିନ ଭାରତ କହିଛି।

ଗତ ସପ୍ତାହମାନଙ୍କରେ ଭାରତ ସୀମାବର୍ତ୍ତୀ ତିବ୍ବତ ଅଞ୍ଚଳରେ ଚୀନ୍ କରିଥିବା ସୁଉଚ୍ଚ ବିମାନ-ନିରୋଧୀ ଅଭ୍ୟାସ ସମେତ ସାମରିକ କାର୍ଯ୍ୟକଳାପ ଉପରେ ଚୀନ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମ ଆଲୋକପାତ କରିଆସିଛି।

ସମ୍ବନ୍ଧିତ ଖବର