ଜୀବନ ଶୈଳୀକୁ ପରିବର୍ତ୍ତନ କରି ମାନସିକ ଭାବେ ମଜବୁତ ରୁହନ୍ତୁ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ପୃଥିବୀରେ ଏବେ ଏକ ଅଦ୍ଭୁତ ପରିସ୍ଥିତି ଉପୁଜିଛି। ତେଣୁ ଜୀବନଶୈଳୀକୁ ପରିବର୍ତ୍ତନ କରିବାର ସମୟ ଆସିଛି। ବର୍ତ୍ତମାନ ପରିସ୍ଥିତି ଏଭଳି ଗତି କରୁଛି ଯେ, ପ୍ରତି ବ୍ୟକ୍ତିଙ୍କ ଉପରେ ମାନସିକ ଚାପପଡୁଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ମଙ୍ଗଳବାର ଏହା କହିଛନ୍ତି। ଶ୍ରୀ ବାଗ୍‌ଚୀ କହିଛନ୍ତି, କରୋନା ମୁକାବିଲା ପାଇଁ ମାନସିକ ଭାବେ ଜୀବନ ଶୈଳୀକୁ ପରିବର୍ତ୍ତନ କରିବାର ଅଛି। ଆଗକୁ ବିସ୍ଫୋରଣ ଆସିବ। ତେଣୁ ଜୀବନ ଶୈଳୀଙ୍କୁ ପରିବର୍ତ୍ତନ କଲେ ଭଲ। ତେଣୁ ମାନସିକ ଭାବେ ମଜବୁତ ରହିଲେ ଭଲ।

ଏପରି ସ୍ଥିତିରେ ବିଶ୍ୱାସ ଓ ସଂଘତି ଦରକାର। ନିଜ ଚିନ୍ତା ସହ ଅନ୍ୟମାନଙ୍କ ପାଇଁ ଚିନ୍ତା କରିବାର ସମୟ ଆସିଛି ବୋଲି ଶ୍ରୀ ବାଗ୍‌ଚୀ ଗଣମାଧ୍ୟମକୁ କହିଛନ୍ତି। ଖାଦ୍ୟ, ପଦାର୍ଥ, ଔଷଧ ଆଦି ଘରେ ଗଚ୍ଛିତ ନକରିବା ଭଲ। ସମସ୍ତେ ଘରେ ଜିନିଷ ଗଚ୍ଛିତ ରଖିଲେ ଅସୁବିଧା ହେବ। ରାଜ୍ୟ ସରକାର ଯେପରି କାହାରିକୁ ଅସୁବିଧା ନହୁଏ, ସେଥିପାଇଁ ଚିନ୍ତା କରୁଛନ୍ତି। ଘରେ ରହି ସମସ୍ତେ ସୁଷମ ଖାଦ୍ୟ ଖାଇବା ଦରକାର। ଘରେ ଲୋକେ ବ୍ୟାୟାମ କରନ୍ତୁ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। ଯେଭଳି ରୋଗରେ ନ ପଡ଼ିବେ ସେଥି ପ୍ରତି ଧ୍ୟାନ ନ ଦିଅନ୍ତୁ ବୋଲି ସେ କହିଛନ୍ତି।

ଭିନ୍ନକ୍ଷମମାନଙ୍କ ପାଇଁ ସମସ୍ତେ ଚିନ୍ତା କରିବାର ସମୟ ଆସିଛି। ସେହିଭଳି ସଂକ୍ରମିତ ବ୍ୟକ୍ତି ଓ ସଂକ୍ରମଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଂଗରୋଧରେ ରହିଲେ ଭଲ। ଏଥି ସହିତ ସେ କହିଛନ୍ତି, ସାଥୀରେ ଥିବା ଲୋକଙ୍କ ଚିନ୍ତା ମଧ୍ୟ କରନ୍ତୁ। ପ୍ରାୟ ୨୦୦ ପ୍ରକାରର ଥଣ୍ଡା ହୋଇପାରେ। ତେଣୁ ଯେକୌଣସି ଥଣ୍ଡା ଯେ, କୋଭିଡ-୧୯ ନୁହେଁ। ସେଥିପାଇଁ ଡରିଯାଆନ୍ତୁ ନାହିଁ। ଥଣ୍ଡା ସମୟରେ ଶ୍ୱାସକ୍ରିୟାରେ କଷ୍ଟ ହେଲେ ୧୦୪କୁ କଲ କରନ୍ତୁ। ଗୁଜବରେ ବିଶ୍ୱାସ କରି ମଦ ପିଇବା ଭଲ ନୁହେଁ। ତେଣୁ ସତର୍କ ରହି ଜୀବନଶୈଳୀକୁ ପରିଚାଳିତ କଲେ ଭଲ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। ମାନସିକ ସନ୍ତୁଳନ କରିବାର ସମୟ ଆସିଛି। ଘରେ ରହି ପ୍ରାର୍ଥନା କରିବାର ସମୟ ଆସିଛି। କାରଣ ପ୍ରାର୍ଥନା କଲେ ଇମ୍ୟୁନିଟି ବଢ଼ିଥାଏ।

ସମ୍ବନ୍ଧିତ ଖବର