ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ସହ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ଆଲୋଚନା

ଭୁବନେଶ୍ୱର : ଶନିବାର ଅପରାହ୍ନରେ କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କୁ ଭେଟି ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳକୁ ତୃଣମୂଳ ସ୍ତରରୁ କିପରି ସୁଦୃଢ଼ କରାଯିବ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି। ଗାଁ ଗାଁ ବୁଲି କଂଗ୍ରେସ କରିଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ବୁଝାଇବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ କିପରି ସଚେତନ କରାଯିବ ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି।

ବୈଠକରେ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ରମେଶ ଚନ୍ଦ୍ର ଜେନା, ଦାଶରଥୀ ଗମାଙ୍ଗ, ସାଂସଦ ସପ୍ତଗିରି ଉଲ୍ଲାକା, ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ଭୂଜବଳ ମାଝୀ, ଯଜ୍ଞେଶ୍ବର ବାବୁ, ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ମାନସ ଚୌଧୁରୀ, ବିଶ୍ବଜିତ୍‌ ଦାସ, ସଞ୍ଜୀବ ଗିରି, ନିହାର ରଞ୍ଜନ ମହାନନ୍ଦ, ସୁବ୍ରତ ଦାସ, ଦିଲ୍ଲୀପ କୁମାର ବେହେରା, ନବ କୁମାର ମିଶ୍ର, ସୁଦର୍ଶନ ଦାସଙ୍କ ସମେତ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର