ମହାନଦୀ ଜଳ ବିବାଦ ବଡ଼ ସମସ୍ୟା ନୁହେଁ: ଛତିଶଗଡ଼ ମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡ଼ର ମନ୍ତ୍ରୀ ପିଏସ୍‌ ସିଂହଦେଓ ରବିବାର ମହାନଦୀ ଜଳ ବିବାଦକୁ ବଡ଼ ସମସ୍ୟା ନୁହେଁ ବୋଲି କହିଛନ୍ତି। ଓଡ଼ିଶା ଗସ୍ତରେ ଆସି ଦଳୀୟ କାର୍ଯ୍ୟକ୍ରମରେ ସିଂହଦେଓ ଏହା କହିଛନ୍ତି। ସେ କହିଛନ୍ତି ଯେ, ଦୁଇ ରାଜ୍ୟ ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ସମସ୍ୟାର ସମାଧାନ ହୋଇ ପାରିବ। ଓଡ଼ିଶାରେ କଂଗ୍ରେସ ସରକାର କଲେ ଏହା ଅଧିକ ସହଜ ହେବ। ଛତିଶଗଡ଼ ଭଳି କଂଗ୍ରେସର ଦୃଷ୍ଟିଭଙ୍ଗୀ ଓଡ଼ିଶାରେ ମଧ୍ୟ ସମାନ ରହିବ।

ସମ୍ବନ୍ଧିତ ଖବର