ବିଧାନସଭା ଚିକିତ୍ସାଳୟ‌ରେ ଟିକା ନେଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଧାନସଭା ଚିକିତ୍ସାଳୟ ପରିସରରେ କୋଭିଡ୍‌ ଟିକା ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ସେଠାରେ ପହଞ୍ଚି ଟିକା ନେଇଥିଲେ। ଏହା ପରେ ସେ ନିଜ ଟ୍ବିଟର୍‌ରେ ଟିକା ନେଉଥିବା ଫଟୋକୁ ସେୟାର କରିଛନ୍ତି। ଏଥି ପାଇଁ ସେ ବୈଜ୍ଞାନିକ ଓ ସ୍ବାସ୍ଥ୍ୟ କର୍ମୀମାନଙ୍କୁ କୃତଜ୍ଞତ‌ା ଜଣାଇଛନ୍ତି। କୋଭିଡ୍‌ ମୁକ୍ତ ଓଡ଼ିଶା ପାଇଁ ଲୋକମାନେ ଟିକା ନେବାକୁ ଆଗେଇ ‌ଆସିବାକୁ ସେ ନିବେଦନ କରିଛନ୍ତି।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଅପରାହ୍ନରେ ବିଧାନସଭା ଚିକିତ୍ସାଳୟରେ ଟିକା ନେଇଥିଲେ। ଟିକା ନେବାରେ ଆଦୌ ଭୟଭୀତ ନ ହେବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହ ମଧ୍ୟ ଟିକା ନେଇଥିଲେ। କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଧନଞ୍ଜୟ ଦାଶ ଓ ବିଧାନସଭା ଚିକିତ୍ସାଳୟର ଡାକ୍ତର ଲଳିତ ବେହେରାଙ୍କ ତତ୍ତ୍ବାବଧାନରେ ଷ୍ଟାଫ୍‌ ନର୍ସ ସ୍ମରଣିକା ରଣସିଂହ ଟିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର