କାର୍ବାଇଡ୍ ଟାଙ୍କି ଫାଟି ୩ ବର୍ଷର ଶିଶୁ ମୃତ, ଜଣେ ମିସ୍ତ୍ରୀ ଗୁରୁତର

ରାଉରକେଲା: କାର୍ବାଇଡ୍ ଟାଙ୍କି ଫାଟି ଜଣେ ତିନି ବର୍ଷ ଶିଶୁର ମୃତ୍ୟୁ ହୋଇଛି l ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ଏମିତି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନାର ଟେନସା ଫାଣ୍ତି ଅଧିନସ୍ଥ ବରସୁଆଁ ଗ୍ରାମରେ l

ମିଳିଥିବା ସୂଚନା ଅନୁଯାୟୀ, ଅନ୍ନି ଆନସାରୀ ନାମକ ଜଣେ ଲୋକଙ୍କ ଡେଣ୍ଟିଙ୍ଗ ଗ୍ୟାରେଜରେ ମାଲବାହୀ ଗାଡ଼ିଗୁଡିକର ଡେଣ୍ଟିଙ୍ଗ କାମ କରୁଥିଲେ l ସେଠାରେ ହଠାତ୍ କାର୍ବାଇଡ ଟାଙ୍କିଟି ଫାଟିଥିଲା l ତେବେ ପାଖରେ ଥିବା ୩ ବର୍ଷର ଶିଶୁ ଛୁଆଟି ଘଟଣା ସ୍ଥଳରେ ମୃତ ହେଇଥିବା ବେଳେ ଆଉ ଜଣେ ମିସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି l

ଆହତ ମିସ୍ତ୍ରୀଙ୍କୁ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି l ଘଟଣା ସ୍ଥଳରେ ଟେନସା ଫାଣ୍ତି ପୁଲିସ୍ ପହଞ୍ଚି ଶବକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଉଥିବାର ଜଣାପଡ଼ିଛି l ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର