ଦିଲ୍ଲୀ ବିଜ୍ଞାନ ମେଳାରେ ସାମିଲ ହେବେ କୁତୁର୍ଲାର କୁନି ବୈଜ୍ଞାନିକ

ଦେଓଗାଁ: ଆସନ୍ତା ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିଜ୍ଞାନ ମେଳାରେ ଦେଓଗାଁ ବ୍ଲକ୍‌ କୁତୁର୍ଲାସ୍ଥିତ ସୁରଧନୁ ହାଇସ୍କୁଲର କୁନି ବୈଜ୍ଞାନିକ ଆଶୁତୋଷ ପ୍ରଧାନ ସାମିଲ ହେବେ। ତାଙ୍କ ବିଜ୍ଞାନ ପ୍ରକଳ୍ପ ‘ଘରୋଇ ବିହନ ଓ ଶସ୍ୟ ସଫା କରିବା ଯନ୍ତ୍ର’ ଏହି ମେଳା ପାଇଁ ରାଜ୍ୟ ସ୍ତରରେ ମନୋନୀତ ହୋଇଛି। ବରିଷ୍ଠ ବିଜ୍ଞାନ ଶିକ୍ଷକ ଦିଲୀପ ମହାରଣାଙ୍କ ମାର୍ଗଦର୍ଶନରେ ସେ ଏହି ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି।

ଆଶୁତୋଷଙ୍କ ଏହି କୃତିତ୍ବ ପାଇଁ ଶନିବାର ତାଙ୍କୁ ସ୍କୁଲରେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ଦିଲୀପ ସାହୁଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଜାତୀୟ ସ୍ତରର ପ୍ରତିଯୋଗିତାରେ ଆଶୁତୋଷଙ୍କ ସଫଲତା କାମନା କରିଥିଲେ।

ସମ୍ବନ୍ଧିତ ଖବର