କାଗଜକଲମରେ ଦୀଘା-ଜଳେଶ୍ବର ରେଳ ପ୍ରକଳ୍ପ ତ୍ବରାନ୍ବିତ ପାଇଁ ପୀୟୂଷଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର : ଦୀଘା-ଜଳେଶ୍ୱର ବ୍ରଡଗେଜ ରେଳପଥ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। େକନ୍ଦ୍ରମନ୍ତ୍ରୀଙ୍କୁ ଏକ ଚିଠି େଲଖି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ୪୧ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପକୁ େରଳ ମନ୍ତ୍ରଣାଳୟ ୨୦୧୧-୧୨ରେ ଅନୁେମାଦନ ଦେଇଥିଲେ। ଏହାର ୭ କିଲୋମିଟର ପଶ୍ଚିମବଙ୍ଗରେ ଓ ଅବଶିଷ୍ଟ ୩୪ କିଲୋମିଟର ବାଲେଶ୍ୱର ଜିଲ୍ଲାର ଅନ୍ତର୍ଭୁକ୍ତ।

ହେଲେ ଦୀର୍ଘ ୭ ବର୍ଷ ବର୍ଷ ତଳେ ଅନୁମୋଦନ ହୋଇଥିବା ଏହି ପ୍ରକଳ୍ପର କାର୍ଯ୍ୟ ଏଯାଏ ଆରମ୍ଭ ହୋଇପାରିଲା ନାହିଁ। ଯାହା କୁହାଯାଉଛି, ପଶ୍ଚିମବଙ୍ଗ ଅନ୍ତର୍ଗତ ୭ କିଲୋମିଟର ଲମ୍ବା େରଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ବନ୍ଦ ରହିଛି। ଯଦି ବାସ୍ତବିକ ସ୍ଥିତି ଏୟା, ତେବେ ପ୍ରକଳ୍ପରେ ପରିବର୍ତ୍ତନ କରାଯିବା ଉଚିତ େବାଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, ଏେନଇ ୨୦୧୧ ଜୁନରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ େସ ଚିଠି େଲଖି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ଏହି ପ୍ରକଳ୍ପଟି ଓଡ଼ିଶା ପାଇଁ ଏଇଥିଲାଗି ଗୁରୁତ୍ବପୂର୍ଣ୍ଣ େଯ ପ୍ରସ୍ତାବିତ ପ୍ରକଲ୍ପଟି ରାଜ୍ୟର ବହୁ ତୀର୍ଥସ୍ଥାନ ଓ ପର୍ଯ୍ୟଟନସ୍ଥଳୀକୁ ସେଂଯାଗ କରୁଛି। ଭୁବନେଶ୍ୱର, ଚନ୍ଦନେଶ୍ୱର, ତଳସରି-ଉଦୟପୁର ବେଳାଭୂମି ଏ ମଧ୍ୟରୁ ଅନ୍ୟତମ। ଏହି ପ୍ରକଳ୍ପ ଦ୍ୱାରା କେବଳ ପର୍ଯ୍ୟଟନର ବିକାଶ ହେବ ତା ନୁହେଁ, ଏଥିସହ ସମ୍ପୃକ୍ତ ଅଂଚଳର ଆର୍ଥିକ ଓ ସାମାଜିକ ସ୍ଥିତିରେ ମଧ୍ୟ ବିକାଶ ଘଟିବ। ଓଡ଼ିଶାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ୭ ବର୍ଷ ହେଲା ପଡ଼ି ରହିଥିବା ପରିପ୍ରେକ୍ଷୀରେ େକନ୍ଦ୍ର ରେଳମନ୍ତ୍ରୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ଲାଗି ନବୀନ ତାଙ୍କ ଚିଠିରେ ଦାବି ଜଣାଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ସବୁ ପ୍ରକାର ସହଯୋଗ ଏହି ପ୍ରକଳ୍ପ ପାଇଁ ଯୋଗାଇ ଦିଆଯିବ େବାଲି ମଧ୍ୟ ଚିଠିରେ େକନ୍ଦ୍ରମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧିତ ଖବର