ଜଳିଗଲା କୋଇଲା ବୋଝେଇ ଟ୍ରକ୍

ହୀରାକୁଦ: ହୀରାକୁଦ ହିଣ୍ଡାଲକୋ ପାୱାର ପ୍ଲାଣ୍ଟକୁ କୋଇଲା ବୋଝେଇ ହୋଇ ଆସିଥିବା ଏକ ଭଲ୍‌ଭୋ ଗାଡ଼ିରେ ନିଆଁ ଲାଗିଯାଇଛି। ଆଜି  ପୂର୍ବାହ୍ନ ସାଢ଼େ ୧୧ଟାରେ ସଟ୍‌ ସର୍କିଟ ହେବାରୁ ଟ୍ରକ୍‌( ଓଡି୧୬ ଏଫ୍‌- ୭୧୧୧)ରେ ନିଆଁ ଲାଗିଥିଲା। ବିଚ୍‌ ରାସ୍ତାରେ ଟ୍ରକ୍ ଜଳୁଥିବା ଦେଖି ଅଂଚଳରେ ଆତଙ୍କ ଖେଳି ଯାଇଥିଲା।

ବେଶ୍‌ କିଛି ସମୟ ପାଇଁ ଯାତାୟାତ ବନ୍ଦ ହୋଇଯାଇଥିଲା। ଘଟଣା ସଂକ୍ରାନ୍ତରେ ଖବର ପାଇ ପାୱାର ପ୍ଲାଣ୍ଟର ଅଗ୍ନିଶ୍ରମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର