ନିଖିଳ ଉତ୍କଳ ଅନୁଦାନପ୍ରାପ୍ତ କଲେଜ ଶିକ୍ଷକ କର୍ମଚାରୀ ସଂଘ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର : ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟ‌ାପକ ଓ କର୍ମଚା‌ରୀ ସମନ୍ବୟ ସମିତିର ନାମ ପରିବର୍ତ୍ତନ ହୋଇଛି। ଆଜି ବୁଦ୍ଧ ମନ୍ଦିର ପରିସରରେ ବସିଥିବା‌ ସମ୍ମିଳନୀରେ ସର୍ବସମ୍ମତିକ୍ରମେ ‘ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ’ ବୋଲି ଘୋଷଣା କରାଯାଇଛି। ଏହି ସମ୍ମିଳନୀରେ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ସରକାରଙ୍କର ଅବହେଳାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଖୁବ୍‌ଶୀଘ୍ର ଦାବି ପୂରଣ ନ ହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘ ସମ୍ପାଦକ ପ୍ରିୟରଞ୍ଜନ ରଥ ସୂଚନା ଦେଇଛନ୍ତି। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପସଭାପତି ଶରତ କୁମାର ଭଞ୍ଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବନମାଳୀ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବ ଓ ପ୍ରସ୍ତାବିତ ନୂତନ ପେନସନ ଯୋଜନାକୁ ତୀବ୍ର ସମାଲୋଚନା କରାଯାଇଥିଲା। ନିଯୁକ୍ତି ଦିନକୁ ଏ ଯାବତ୍‌ ସମ୍ପୂର୍ଣ୍ଣ ସେବାକୁ ହିସାବକୁ ନିଆଯାଉନାହିଁ। ଏଣେ ୨୦୧୬ରୁ ସପ୍ତମ ବେତନ କମିସନଙ୍କ ସୁପାରିସ ଲାଗୁ ହୋଇଥିବା ବେଳେ ଏହି ବର୍ଗ ପାଇଁ ତାହା ଲାଗୁ ହୋଇ ନାହିଁ। ଏଣୁ ସମ୍ମିଳନୀରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା।

ଏହି ସମ୍ମିଳନୀରେ ବିଶ୍ବ ଶିକ୍ଷକ ସଂଗଠନର ସମ୍ପାଦକ ଅମିୟ ମହାନ୍ତି, ବେସରକାରୀ କଲେଜ ଶିକ୍ଷକ ସଂଘ ସଭାପତି ଅକ୍ଷୟ ମହାପାତ୍ର, ସମ୍ପାଦକ ଦୁଷ୍ମନ୍ତ ନାୟକ, ଶିକ୍ଷକ ନେତା ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷା ନୀତି ଚିଠା ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକାରୀ ସଭାପତି ମାନସ ପୁରୋହିତ, ସଂଗଠନ ସମ୍ପାଦକ ସୁକାନ୍ତ ଦାଶ, ସଂଗ୍ରାମ ପରିଡ଼ା, ସଞ୍ଜିତ ଭୂୟାଁ, ବିରଞ୍ଚି ନାରାୟଣ ଦାଶ, ଆଲୋକ ନାୟକ, ମାଷ୍ଟର ଆପୋଲୋ, ସତ୍ୟନାରାୟଣ ପରିଡ଼ା, ସୁଶୀଲ ପ୍ରଧାନ, ବିକ୍ରମ ପାତ୍ର, ସତ୍ୟନାରାୟଣ ପଟ୍ଟନାୟକ, ମନ୍ମଥ ସାହୁ, ପ୍ରମୁଖ ଭାଗ ନେଇଥିଲେ।

ଦାବିଗୁଡ଼ିକ ମଧ୍ୟରେ ଜିପିଏଫ୍‌ ଓ ପେନ୍‌ସନ୍‌ ଲାଗୁ କରିବା, ୨୦୧୬ ଜାନୁଆରି ମାସରୁ ୭ମ ବେତନ, ମୃତ୍ୟୁଜନୀତ ଥଇଥାନ, ୭ ଘଣ୍ଟା ରହଣି ଓ ବାୟୋମେଟ୍ରିକ୍‌ ବ୍ୟବସ୍ଥାର ପୁନଃବିଚାର, ବଦଳି ଓ ପ୍ରମୋସନ, ଲାଗୁ କରିବା, ଅବସର ବୟସ ସୀମା ୬୦ରୁ ୬୨ ବୃଦ୍ଧି କରିବା ପ୍ରମୁଖ ରହିଥିଲା।

ସୂର୍ଯ୍ୟ ମିଶ୍ର, ସରୋଜ ରଥ, ସରୋଜ ମିଶ୍ର, ଜୟନାରାୟଣ ଶତପଥୀ, ଅମିୟବାଳା ପରିଡ଼ା, ପୀତାମ୍ବର ମିଶ୍ର, ସୁଷମା ମଞ୍ଜରୀ ପ୍ରଧାନ, ଅଜୟ ବାରିକ, ରଞ୍ଜନ ବେହେରା, ମାନସ ସେନାପତି, ସୌଦାମିନୀ ପାଇକରାୟ, ଉପେନ୍ଦ୍ର ସାହୁ, କିଶୋର ଜଗଦ୍ଦେବ, ହରଣ୍ମୟୀ ମିଶ୍ର, ରଞ୍ଜନ ମହାପାତ୍ର, ତାରାକାନ୍ତ ମଲ୍ଲିକ, ଅଶୋକ ଭଞ୍ଜ, ଚନ୍ଦ୍ରକାନ୍ତ ରଥ, କିରଣ ମହାପାତ୍ର, ଦିଲ୍ଲୀପ ନନ୍ଦ, ଗଙ୍ଗାଧର ବାରିକ, ଉଦିତ ପଟେଲ, ଅପରାଜିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର