ବବି ଦାସଙ୍କ ନାମରେ ଅଭିଯୋଗ

ଭୁବନେଶ୍ବର : ବିଜେଡି ନେତା ତଥା ଦଳ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ ହୋଇଛି। ବାରିପଦାରେ ବବିଙ୍କର ଜନ୍ମଦିନ ପାଳନରେ କୋଭିଡ୍‌ କଟକଣା ପାଳନ ହୋଇ ନାହିଁ। କେହି ମାସ୍କ ପିନ୍ଧିନଥିବା ବେଳେ ହଜାର ହଜାର ଲୋକ ଏକତ୍ର ଠୁଳ ହୋଇ ସାମାଜିକ ଦୂରତ୍ବ ନିୟମକୁ ଫୁ’ କରି ଦେଇଛନ୍ତି। ଅନୁରୂପ ସ୍ଥିତିକୁ ନେଇ ଭୁବନେଶ୍ବରରେ ବିଭିନ୍ନ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଏମ୍‌ସି କମିସନରେଟ୍‌ ପୁଲିସକୁ ଲେଖିବା ସହ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି। ଏଣୁ ବବି ଦାସଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନାରାୟଣ ରାଉତ, ଦୁଷ୍ମନ୍ତ ଦାସ, ଗୋପାଳ ପତ୍ରୀ ପ୍ରମୁଖ ଅତିରିକ୍ତ କମିସନର ଅନୁପ କୁମାର ସାହୁଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର