ସାମ୍ବାଦିକଙ୍କ ପାଇଁ ଗୃହରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର : କୋଭିଡ ସମୟରେ ବିଧାନସଭା ମୌସୁମୀ ଅଧିବେଶନ ଚାଲୁଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ବିଧାୟକମାନଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମ୍ବାଦିକମାନଙ୍କ ପାଇଁ ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଖବର ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ସମ୍ମିଳନୀ କକ୍ଷ ପରିସ୍କାର ହେଉନାହିଁ କି ଏଠାରେ ସାଉଣ୍ଡ ବ୍ୟବସ୍ଥା ଠିକଠାକ୍‌ କାର୍ଯ୍ୟକରୁନି। ଏ ନେଇ ଆଜି ଗୃହରେ ମହାମାରୀ ରୋଗ (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୦ ଆଲୋଚନା ବେଳେ ଉଦବେଗ ପ୍ରକାଶ କରି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି, କୋଭିଡ୍‌ ସଂକ୍ରମଣ ପ୍ରତିହତ ପାଇଁ ବିଧାୟକମାନଙ୍କୁ ମାସ୍କ୍‌ ସମେତ ଫେସ୍‌ ସିଲଡ୍‌ ଯୋଗାଇ ଦିଆଯାଇଛି। ଅନୁରୂପ ଭାବେ ସାମ୍ବାଦିକମାନଙ୍କୁ ବଣ୍ଟନ କରିବାର ଆବଶ୍ୟକତା ରହିଛି। କାରଣ ବିଧାନସଭାରେ ଯାହାସବୁ ଆଲୋଚନା ହେଉଛି ସେମାନେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ତେଣୁ ସେମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ବ।

ସମ୍ବନ୍ଧିତ ଖବର