ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସର ‘ନବସଂକଳ୍ପ ଶିବିର’

ଭୁବନେଶ୍ବର : ୧୧ତାରିଖରୁ ୩ଦିନ ଧରି ଜିଲ୍ଲା କଂଗ୍ରେସର ‘ନବସଂକଳ୍ପ ଶିବିର’ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସର ଏହି ଶିବିର ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ହେବ। ଏଆଇସିସି ପକ୍ଷରୁ ଦିଆଯାଇଥିବା ଏଜେଣ୍ଡା ଅନୁଯାୟୀ ଶିବିରରେ ଆଲୋଚନା ହେବ। ଶିବିରରେ ପିସିସି ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ କ‌ଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହିବେ ବୋଲି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଆଜି ମଧ୍ୟ ୧୨/୧୩ଟି ଜିଲ୍ଲାରେ ନବସଂକଳ୍ପ ଶିବିର ଅନୁଷ୍ଠିତ ହେବ। ୩ଦିନ ଭିତରେ ସବୁ ଜିଲ୍ଲା ଏହି ଶିବିର ଶେଷ କରିବେ ବୋଲି କୁହାଯାଇଛି। ଚଳିତମାସ ପ୍ରଥମ ସପ୍ତାହରେ ରାଜ୍ୟ କଂଗ୍ରେସର ଦୁଇଦିନିଆ ନବସଂକଳ୍ପ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଟି କମିଟି ଗଠନ କରାଯିବା ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର