ନବୀନ ନିବାସ ଘେରାଉ ଉଦ୍ୟମ: ଶିଶୁଭବନ ଛକରେ କଂଗ୍ରେସ କର୍ମୀ-ପୁଲିସ ଧସ୍ତାଧସ୍ତି, ୩୦ରୁ ଊର୍ଦ୍ଧ୍ବ ଗିରଫ

ଭୁବନେଶ୍ବର : ଜଣେ ଯୁବତୀଙ୍କୁ ନିମାପଡ଼ାରୁ ପୁରୀ ଆଣି ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୀଡ଼ିତାଙ୍କୁ ନ୍ୟାୟ ଦାବି ସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ କଂଗ୍ରେସ ଭବନରୁ ଏକ ମହମବତି ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ଶିଶୁ ଭବନ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେଠାରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା। କଂଗ୍ରେସ ନେତା ପଦ୍ମାକର ଗୁରୁ, ଶୁଭେନ୍ଦୁ ମହାନ୍ତି, ରୁଦ୍ର ରାଜୁ, ବିଶ୍ବଭୂଷଣ ଦାସ, ପ୍ରକାଶ ମିଶ୍ର, ସ୍ବାଧୀନବାଳା ଦାସ, ରଶ୍ମି ମହାପାତ୍ର, ଦୀପକ ସାହୁ, ସୁବ୍ରତ ମହାପାତ୍ର, ନରେଶ ମହାନ୍ତି, ସଂଜୀବ ମହାନ୍ତି, ମନୋଜ ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର