ସେବାୟତଙ୍କ ପାଖରେ ସରକାର ଆତ୍ମସମର୍ପଣ କରିଛନ୍ତି: କ˚ଗ୍ରେସ

ଭୁବନେଶ୍ବର : ଗତ ଗୁରୁବାର ଦିନ ଶ୍ରୀମନ୍ଦିର ସେବାୟତ ଏବ˚ ପୁଲିସ ବିବାଦକୁ କେନ୍ଦ୍ରକରି ସେବାୟତମାନେ ଯେଭଳି ଭାବେ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କଲେ, ଏହାର ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୧୨ ଘଣ୍ଟା ସମୟ ଲାଗିଲା। ଏହି ୧୨ ଘଣ୍ଟା ଧରି ଖାଡ଼ା ଉପାସ ରହିଲେ ପ୍ରଭୁ ଜଗନ୍ନାଥ। ସେବାୟତମାନଙ୍କ ଏପରି କାର୍ଯ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନର ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିରୁ ସ୍ପଷ୍ଟ ଯେ ସେବାୟତମାନଙ୍କ ଆଗରେ ସରକାର ଏକ ପ୍ରକାରର ଆତ୍ମ ସମର୍ପଣ କରି ଦେଇଛନ୍ତି ବୋଲି କହିଛି ରାଜ୍ୟ କଂଗ୍ରେସ।

ଆଜି କ˚ଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ପ୍ରେସ୍‌ ବିବୃତିରେ କହିଛନ୍ତି, ଗତ ଗୁରୁବାର ସନ୍ଧ୍ୟାରେ ଜଣେ ସେବାୟତ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ବିବାଦ ସୂତ୍ରପାତ ହୋଇଥିଲା। ଏହି ପୁଲିସ କର୍ମଚାରୀଙ୍କ ଗିରଫ ଓ ବହିଷ୍କାର ଦାବି କରି କେତେକ ସେବାୟତ ଠାକୁରଙ୍କ ସେବାପୂଜା ଅଚଳ କରି ଦେଇଥିଲେ। ଏହି କାରଣରୁ ଦେଶବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଶ୍ରୀଜିଉଙ୍କ ଦର୍ଶନରୁ ବ˚ଚିତ ହେବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶ୍ରୀମନ୍ଦିର ପ୍ରଶାସନର ସମୟୋପଯୋଗୀ ପଦକ୍ଷେପର ଅଭାବ ଯୋଗୁଁ ଇତିହାସରେ ଯାହା ହୋଇନଥିଲା, ତାହା ଗତକାଲି ଘଟିଲା ବୋଲି ଶ୍ରୀ ମିଶ୍ର କହିଛନ୍ତିି।

ଶ୍ରୀମନ୍ଦିରର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏବ˚ ଗଜପତି ମହାରାଜାଙ୍କଠାରୁ ଉପଦେଶ ନେବା ପାଇଁ ମଧ୍ୟ ସରକାର କୁଣ୍ଠାବୋଧ କରୁଛନ୍ତି ଦର୍ଶାଇ ସୁପ୍ରିମ୍‌କୋର୍ଟ ଦେଇଥିବା ସୁପାରିସକୁ କାର୍ଯ୍ୟକାରୀ କରିବାରେ ସରକାର କ’ଣ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ସେ ପଚାରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି, ବିଗତ ଦିନରେ ଦାରୁ ଚୟନଠାରୁ ଆରମ୍ଭ କରି ବ୍ରହ୍ମ ବିଭ୍ରାଟ ପର୍ଯ୍ୟନ୍ତ ସମସ୍ତ ଘଟଣାରେ ରାଜ୍ୟ ସରକାରଙ୍କ ସ˚ପୃକ୍ତି ରହିଛି। ଆଗାମୀ ଦିନରେ ଏହି ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେ ନେଇ କ˚ଗ୍ରେସ ଚେତାବନୀ ଦେଇଥିବା ଶ୍ରୀ ମିଶ୍ର କହିଛନ୍ତିି।

ସମ୍ବନ୍ଧିତ ଖବର